୨୫୦ ମିଟର ଉଚ୍ଚ ହେବାକୁ ଯାଉଛି ଆନ୍ଦ୍ର ପ୍ରଦେଶର ବିଧାନସଭା

0

(ରିପୋର୍ଟସ ଟୁଡ଼େ): ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ବିଜେପି ମଧ୍ୟରେ ବୟାନବାଜି ଥମିବାର ନାମ ନେଉ ନାହିଁ । ଦୁହିଁଙ୍କ ମଧ୍ୟରେ କଳହର କାରଣ କେବଳ ରାଜନୀତି ନୁହେଁ ବରଂ ଏହା ଏବେ ଅନ୍ୟ ମୋଡ ନେବାକୁ ବସିଲାଣି । ନାଇଡୁ ଅମରାବତୀରେ ପ୍ରସ୍ତାବିତ ରାଜ୍ୟର ବିଧାନସଭାକୁ ୨୫୦ ମିଟର ଉଚ୍ଚ କରିବାକୁ ଚାହୁଁଛନ୍ତି । ଏହାକୁ ସେ ଷ୍ଟାଚ୍ୟୁ ଅଫ ୟୁନିଟି ଠାରୁ ଉଚ୍ଚା କରିବାକୁ ଚାହୁଁଛନ୍ତି ।
ସୂଚନାନୁଯାୟୀ, ନାଇଡୁ ବିଧାନସଭା ଡିଜାଇନରେ କିଛି ପରିବର୍ତନ କରି ପାଇନାଲ ବ୍ଲ୍ୟୁପ୍ରିଂଟ ପ୍ରସ୍ତୁତ କରିଛନ୍ତି । ବ୍ରିଟେନ ବେସଡେ ଏକ ଆର୍କିଟେକ୍ଟ ଏହାର ବ୍ଲ୍ୟୁପ୍ରିଂଟ ସରକାରଙ୍କ ନିକଟରେ ଉପସ୍ଥାପନା କରିଛି । ବିଧାନସଭାରେ କେବଳ ତିନୋଟି ମହଲା ରହିବ । ଏହା ଉପରେ ୨୫୦ ମିଟରର ଆକାଶକୁ ଛୁଉଁଥିବା ଉଚ୍ଚା ଟାୱାର ନିର୍ମାଣ କରାଯିବ । ତେବେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ ଗଲେ ଏହା ଦୁନିଆର ସବୁଠୁ ବଡ ପ୍ରତିମା । ଏହାକୁ ଅନ୍ତରୀକ୍ଷ ଠାରୁ ମଧ୍ୟ ଦେଖା ଯାଇ ପାରିବ ।
ଉଲ୍ଲେଖଯୋଗ୍ୟ, ସରଯୂ ନଦୀ କୂଳରେ ନିର୍ମିତ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ପ୍ରତିମା ୧୮୨ ମିଟର ରହିଛି । ଅକ୍ଟୋବର ୩୧ରେ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିଥିଲେ । ଏହା ପୂର୍ବରୁ ଏକ ୧୭ କିମିର ଫୁଲ ଘାଟିର ଉଦଘାଟନ କରିଥିଲେ । ସେଠାରେ ସେ ପର୍ୟ୍ୟଟକଙ୍କ ପାଇଁ ପ୍ରତିମା ନିକଟରେ ତମ୍ବୁର ଶହର ଏବଂ ପଟେଲଙ୍କ ଜୀବନୀ ଉପରେ ଆଧାରିତ ସଂଗ୍ରହାଳୟର ଲୋକାର୍ପଣ କରିଥିଲେ । ପ୍ରତିମା ଭିତରେ ୧୩୫ମିଟରର ଗ୍ୟାଲେରୀ ନିର୍ମାଣ କରା ଯାଇଛି । ଯାହା ଦ୍ୱାରା ପର୍ୟ୍ୟଟକମାନେ ବାହାରର ସୌନ୍ଦର୍ୟ୍ୟ ଉପଭୋଗ କରି ପାରିବେ ।