କେନ୍ଦ୍ରୀୟ ଜେଲ୍‌ରେ ୨୬୨ କଏଦୀ ପଜିଟିଭ ଚିନ୍ହଟ

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେରଳର ପୂଜାପୋରା କେନ୍ଦ୍ରୀୟ ଜେଲରେ ମହାମାରୀ କରୋନାର ବିସ୍ଫୋରଣ ହୋଇଛି।

0

(କେରଳ) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେରଳର ପୂଜାପୋରା କେନ୍ଦ୍ରୀୟ ଜେଲରେ ମହାମାରୀ କରୋନାର ବିସ୍ଫୋରଣ ହୋଇଛି। ଏଠାରେ ରହୁଥିବା କଏଦୀଙ୍କ ମଧ୍ୟରୁ ୨୬୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।

ସୂଚନାନୁଯାୟୀ , ଏତେ ସଂଖ୍ୟକ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଜେଲ ସୁପରିନଟେଣ୍ଡେଣ୍ଟ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ନିୟୋଜିତ କରିବାକୁ ଦାବି କରିଛନ୍ତି। ସେହିପରି ପଜିଟିଭ ଚିହ୍ନଟ ହୋଇଥିବା କଏଦୀଙ୍କୁ ସ୍ୱତନ୍ତ୍ର ସେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତ ହୋଇଥିବା ସମସ୍ତ କଏଦୀ ସୁସ୍ଥ ଥିବା କୁହାଯାଉଛି। ଅନ୍ୟପକ୍ଷରେ କନ୍ନୁରରେ ଥିବା କେନ୍ଦ୍ରୀୟ ଜେଲରେ ମଧ୍ୟ ୧୦ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଝିକୋଡ଼ ଓ କାସରାଗଡ଼ରୁ ଆସିଥିବା କଏଦୀମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।