ଆଫ୍ରିକାକୁ ୨୮୮ ଲକ୍ଷ୍ୟ ଟାର୍ଗେଟ

0

ବୋଲାଣ୍ଡ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ପୁଣି ଥରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି । ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୨୮୭ ରନ ସଂଗ୍ରହ କରିଛି ଟିମ ଇଣ୍ଡିଆ । ତେବେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ ବିଜୟ ପାଇଁ ୨୮୮ ରନର ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିଲେ ସିରିଜ ଉପରେ ମଧ୍ୟ କବଜା କରିପାରିବ ଘରୋଇ ଦଳ ।

IND vs SA, 2nd ODI, LIVE Score: India will defeat South Africa, intends to level the series
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥଲେ ଭାରତୀୟ ଅଧିନାୟକ ଲୋକେଶ ରାହୁଲ । ପ୍ରଥମ ମ୍ୟାଚରେ ଜବରଦସ୍ତ ଅର୍ଦ୍ଧଶତକ ହାସଲ କରିଥିବା ଶିଖର ଫେଲ ମାରିଥିଲେ ହେଁ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରଥିଲେ । ତେବେ ରିଷଭ ପନ୍ତ ଏକ ବଡ ଇନିଂସ ଖେଳିବାରେ ସଫଳ ହୋଇଛନ୍ତି । ୭୧ ବଲରେ ୧୦ଟି ଚୌକା ଏବଂ ୨ଟି ଛକା ସହ ୮୫ ରନର ମହତ୍ତ୍ୱପୂର୍ଣ୍ଣ ପାଳି ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ପୁଣି ଥରେ ମିଡଲ ଅର୍ଡର ଭାରତ ପାଇଁ ଚିନ୍ତା ବଢାଇଥିଲା । କୌଣସି ଖେଳାଳୀ ବଡ ସ୍କୋର କରିବାରେ ଅସକ୍ଷମ ହୋଇଛନ୍ତି । ତେବେ ଅଲରାଉଣ୍ଡର ସାର୍ଦ୍ଦୁଳ ଦଳକୁ ପୁଣିଥରେ ବିପଦରୁ ବଞ୍ଚାଇଥିଲେ । ତାଙ୍କୁ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ପଡିଆରେ ଖୁବ ସାହାଯ୍ୟ କରିଥିଲେ । ବ୍ୟକ୍ତିଗତ ୪୦ ରନ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ ସାର୍ଦ୍ଦୁଳ ଠାକୁର ।

Ind Vs Sa 2nd Odi Live Score: India Vs South Africa 2nd Odi Match In Paarl Sa, India Batting First News Updates In Hindi - Ind Vs Sa Live Score: दक्षिण अफ्रीका

IND vs SA, 2nd ODI Live Score: दूसरे वनडे में वापसी करना चाहेगी टीम इंडिया, क्या बदलेगी प्लेइंग-11? - india vs south africa 2nd odi match paarl live cricket score match updates
ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡି ୮ଓଭରରେ ୩୫ ରନ ଦେଇଥିବା ବେଳେ, ଆଇଡେନ୍ ମାର୍କରମ୍ ୮ ଓଭରରେ ୩୪ରନ ଦେଇ ୧ ଓ୍ବିକେଟ, କେଶବ ମହାରାଜ ୯ ଓଭରରେ ୫୧ରନ ୧ ଓ୍ବିକେଟ, ଆନ୍ଦିଲେ ଫେଲୁକ୍ଓ୍ବାୟୋ ୮ ଓଭରରେ ୪୪ରନ ୧ ଓ୍ବିକେଟ, ତବରିଜ୍ ସାମସୀ ୯ ଓଭରରେ ୫୭ରନ ଦେଇ ୨ ଓ୍ବିକେଟ ଏବଂ ସିସାନ୍ଦା ମାଗାଲା ୮ ଓଭରରେ ୬୪ରନଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।