ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌

ଆଜି (ଶୁକ୍ରବାର) ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ ।

0

(ଦିଲ୍ଲୀ) : ଆଜି (ଶୁକ୍ରବାର) ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ପ୍ରଥମ ମ୍ୟାଚ୍‌ ଜିତି ମନୋବଳ ଦ୍ୱିଗୁଣା କରିଥିବା ଘରୋଇ ଦଳ ଶୁକ୍ରବାର ବିଜୟ ସହ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ବ୍ୟାଟିଂ ତ୍ରୁଟି ସୁଧାରିବା ଭାରତୀୟ ଦଳ ପାଇଁ ଜରୁରି ହୋଇ ପଡ଼ିଛି ।

ସୂଚନାନୁଯାୟୀ , ଦ୍ୱିତୀୟ ମୁକାବିଲା ପୂର୍ବରୁ ଭାରତୀୟ ଦଳ ନିକଟରେ ଅନେକ ସମସ୍ୟା ରହିଛି । ଘରୋଇ ଦଳ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ଶୁକ୍ରବାର ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ଭାରତୀୟ ଦଳରେ ପରିବର୍ତ୍ତନ ଆଶା କରାଯାଇପାରେ । ମଧ୍ୟଭାଗ ସୁଦୃଢ କରିବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିପାରେ । ସୂର୍ଯ୍ୟକୁମାର ଖେଳିଲେ ଶ୍ରେୟାସ ଆୟର କିମ୍ବା ଭେଙ୍କଟେଶ ଆୟରଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିବ । ରିଷଭ ପନ୍ତଙ୍କୁ ବିଶ୍ରାମ ଦେଇ ସୂର୍ଯ୍ୟକୁମାରଙ୍କୁ ଖେଳାଇବା ସଠିକ୍‌ ନିଷ୍ପତ୍ତି ହୋଇପାରେ । ଅଧିନାୟକ ରାହୁଲ ୱିକେଟ୍‌ କିପର ଦାୟିତ୍ୱ ତୁଲାଇ ପାରିବେ ।