ବିଶ୍ୱ

ହାଫିଜର ୩ ଆତଙ୍କୀଙ୍କୁ ୬ ମାସ ଜେଲ ଦଣ୍ଡାଦେଶ

ଇସଲାମବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ୩ଜଣ ସହଯୋଗୀଙ୍କୁ ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ କୋର୍ଟ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜମାତ-ଉଦ-ଦାୱା ଆତଙ୍କବାଦୀ ସଂଗଠନର ଏହି ୩ ଜଣ ସଦସ୍ୟ ଆତଙ୍କବାଦୀଙ୍କୁ ଆର୍ଥିକ ସହଯୋଗ କରୁଥିବା ମାମଲାରେ ଏହି ଦଣ୍ଡାଦେଶ ଶୁଣାଯାଇଛି । ଦଣ୍ଡାଦେଶ ପାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି ହାଫିଜ୍‌ର ଭିଣୋଇ ହାଫିଜ୍‌ ଅବଦୁର ରେହେମାନ ମକ୍କୀ, ଜେୟୁଡିର ମୁଖପାତ୍ର ଓ୍ବାୟା ମୁଜାହିଦ ଓ ଜାଫର ଇକବାଲ ।ଶୁକ୍ରବାରର କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ମୁଜାହିଦ୍ ଏବଂ ଇକବାଲଙ୍କ କାରାଗାର ଯଥାକ୍ରମେ ୮୦ ଏବଂ ୫୬ ବର୍ଷକୁ ବୃଦ୍ଧି ପାଇଛି ।
ପଞ୍ଜାବ ପୋଲିସର ଆତଙ୍କବାଦ ବିରୋଧୀ ବିଭାଗ(ସିଟିଡି) ଦ୍ବାରା ଏମାନଙ୍କ ବିରୁଦ୍ଧରେ ଆତଙ୍କବାଦୀଙ୍କୁ ଆର୍ଥିକ କାରବାର କରୁଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତମାନଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି କୋର୍ଟ । ଜେୟୁଡିର ମୁଖପାତ୍ର ଓ୍ବାୟା ମୁଜାହିଦ ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ପ୍ରାୟ ୪୧ଟି ମାମଲା ରହିଛି । ଏଥିମଧ୍ୟରୁ ୩୭ଟି ମାମଲାର ଶୁଣାଣି ହୋଇଛି । କିଛି ଦିନ ପୂର୍ବରୁ ଲସ୍କର-ଇ-ତୋଇବାର ଅପରେସନ କମାଣ୍ଡର ଜାକି-ଉର-ରେହେମାନ ଲଖଭୀକୁ ଟେରର୍ ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଚଳିତ ସପ୍ତାହରେ ଏଟିସି ଇକବାଲ ଏବଂ ମୁଜାହିଦ ଉଭୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ଏକ ଆତଙ୍କବାଦୀ ଆର୍ଥିକ ମାମଲାରେ ମକ୍କିଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ୨୦୦୮ରେ ମୁମ୍ବାଇରେ ହାଫିଜ ନିର୍ଦ୍ଦେଶରେ ବିସ୍ଫୋରଣ ଘଟାଯାଇଥିଲା । ଏଥିରେ ମୋଟ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ୬ ଜଣ ଆମେରିକୀୟ ମଧ୍ୟ ସାମିଲ ଥିଲେ ।

 

Related posts

ଟ୍ରମ୍ପଙ୍କୁ ‘ପାଗଳ ବୁଢା’ କହିଲା ଆବୁ ଇବ୍ରାହିମ

Report

ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୬ ହଜାର ଜୀବନ, ଆମେରିକାରେ ମୃତକଙ୍କ ସଂଖ୍ୟା ଲକ୍ଷେ ନିକଟତର

Report

ଆକାଶରେ ଦୁଇ ସୂର୍ଯ୍ୟର ଭିଡିଓ ଭାଇରାଲ

Report

Leave a Comment