କଟକ: ମହାନଦୀରୁ ମିଳିଲା ଆଉ ଏକ ମୃତ ଦେହ । କଟକ ମହାନଦୀରେ ବୁଡି ଛାତ୍ର ନିଖୋଜ ଘଟଣାରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ । ମହାନଦୀରେ ମୃତ ଛାତ୍ରଙ୍କ ଶବ ଭାସୁଥିବା ସମୟରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ମୃତଦେହକୁ ଉଦ୍ଧାର କରିଛି । ମୃତକଙ୍କ ନାମ ଆୟୁର ଖାନ୍ ଓରଫ ଛୋଟୁ । ତେବେ ଗତକାଲି ସାହିଲ୍ଙ୍କ ମୃତଦେହ ଉଦ୍ଧାର ହୋଇଥିବା ସମୟରେ ଆଜି ଆୟୁର ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ଚାରିଘରିଆ ସାହିର କେତେଜଣ ଯୁବକ ମହାନଦୀ ଯୋବ୍ରା ଘାଟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ସାହିଲ୍, ରାଜ୍ ଓ ଛୋଟୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ୩ ସାଙ୍ଗ । ଅସାବଧାନତା କାରଣରୁ ନଦୀର ପ୍ରଖର ସ୍ରୋତ ମଧ୍ୟରେ ସାହିଲ୍ ଭାସି ଯାଇଥିଲେ । ଏହା ଦେଖିପାରି ରାଜ୍ ଓ ଛୋଟୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେମାନେ ମଧ୍ୟ ଉଦ୍ଧାର କରିବା ପ୍ରୟାସରେ ନିଜେ ପାଣି ସ୍ରୋତରେ ଭାସିଯାଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି ।
ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ୩ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ଉଦ୍ଧାର ଯୁବକଙ୍କୁ ଏସସିବିରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ଚୂନ ଭାଟି ଚାରି ଘରିଆର ସାହିଲ ଖାନ୍ । ତାପର ଠାରୁ ନିଖୋଜ ଅନ୍ୟ ୨ ଜଣ (ମହମ୍ମଦ୍ ସିଦ୍ଦିକ୍ ଓ ଆୟୁର ଖାନ୍)ଙ୍କୁ ଖୋଜୁଥିଲା ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ । ଏବେ ଆୟୁର ଖାନ୍ଙ୍କ ମୃତଦେହ ଉଦ୍ଧାର ହୋଇଛି ।ତେବେ ଘଟଣା ସ୍ଥଳରେ କଟକ ମେୟର ଓ ଚୌଦ୍ୱାର ବିଧାୟକ ଉପସ୍ଥିତ ରହି ମୃତକଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି ।