ବାହୁଡା ଯାତ୍ରା ପାଇଁ ସୁରୁଖୁରୁରେ ନୀତିକାନ୍ତି ସମ୍ପନ୍ନ

0

ଭୁବନେଶ୍ୱର: ସମସ୍ତ ନୀତି ନିୟମ ମଧ୍ୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ନୀତିକାନ୍ତି । ନାକଚଣାଠାରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ତିନି ରଥ । ପହଣ୍ଡି ବିଜେ ପରେ ଗଜପତି ମହାରାଜା ତିନି ରଥର ଛେରାପହଁରା ସମ୍ପନ୍ନ କରିସାରିଛନ୍ତି । ଚାରମାଳ ଖୋଲା ପରେ ଗଡିବ ତିନି ରଥ ।
ନିର୍ଦ୍ଧାରିତ ସମୟ ପୂର୍ବରୁ କରୋନା କଟକଣା ଭିତରେ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥାରୋହଣ । ସକାଳୁ ସକାଳୁ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ସ୍ଥାପନା କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ। ଏହାପରେ ଧାଡ଼ି ପହଣ୍ଡିରେ ଜଗଜନନୀ ମା ସୁଭଦ୍ରା ରଥକୁ ବିଜେ କରିଥିଲେ। ଶେଷରେ ଶ୍ରୀ ଜଗନ୍ନାଥ ଗହଳ ଲାଗଇ ଆଗେଇ ଚାଲିଥିଲେ ନନ୍ଦିଘୋଷ ଅଭିମୁଖେ । ଏହାପରେ ଗଜପତି ମହାରାଜା ଛେରା ପହଁରା ସମ୍ପନ୍ନ କରିଛନ୍ତି । ତିନି ରଥରେ ରଜ୍ଜୁ ସଂଲଗ୍ନ କରାଯିବା ସହ ଚାରମାଳ ଖୋଲି ସରିଲେ ଆଉ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ ବଳଦେବଙ୍କ ତାଳଧ୍ୱୋଜ ରଥ ଟଣା କାର୍ଯ୍ୟ