କାରରୁ ପୁଳା ପୁଳା ଟଙ୍କା ଜବତ ଘଟଣା : ସସ୍ପେଣ୍ଡ ହେଲେ କଂଗ୍ରେସର ୩ ବିଧାୟକ

0

ଝାଡ଼ଖଣ୍ଡ: ପଶ୍ଚିମବଙ୍ଗର ହାୱଡା ସ୍ଥିତ ରାଣୀହାଟି ଛକରେ ଏକ କାରରୁ ପୁଳା ପୁଳା ଟଙ୍କା ଜବତ ଘଟଣା । ଗିରଫ ହେଲେ କଂଗ୍ରସର ୩ ବିଧାୟକ। ଗୋଟିଏ ପଟେ ସାରା ଦେଶରେ କଂଗ୍ରେସର ଲୋକପ୍ରିୟତା କମିବାରେ ଲାଗିଥିବା ବେଳେ ନିଜ ବିଧାୟକଙ୍କ ଏପରି କାର୍ନାମା କଂଗ୍ରେସକୁ ଶକ୍ତ ଝଟକା ଦେଇଛି । ଯେଉଁ କାରଣରୁ ଦଳ ତରଫରୁ ତୁରନ୍ତ ଆକ୍ସନ ନିଆଯାଇ ଗାଡିରେ ଥିବା ୩ ଜଣ ଯାକ ବିଧାୟକଙ୍କୁ ଦଳ ସସ୍ପେଣ୍ଡ କରିଛି ।

ସୂଚନା ଅନୁସାରେ, ପୋଲିସ ଏକ କାରକୁ ଅଟକାଇ କାରରେ ଥିବା ପଛ ପଟ ସିଟକୁ ଖୋଲିଥିଲେ । ସେଥିରୁ ବ୍ୟାପକ ପରିମାଣରେ ଟଙ୍କା ଜବତ ହୋଇଥିଲା । କାରରେ ଝାଡ଼ଖଣ୍ଡର ତିନି ଜଣ ବିଧାୟକ ରାଜେଶ କଚ୍ଛପ, ନମନ ବିକ୍ସେଲ କୋଙ୍ଗାରୀ ଓ ଇରଫାନ ଅନସାରୀ ବସିଥିଲେ । ତେବେ ସେମାନଙ୍କ କାରରୁ ଏତେ ଟଙ୍କା ଜବତ ହୋଇଛି କି ଟଙ୍କା ଗଣିବା ପାଇଁ ମେସିନର ଆବଶ୍ୟକତା ପଡିଲା ।