ମହାନଦୀରେ ଅଘଟଣ: ବୁଡ଼ିଗଲେ ୩ ଯୁବକ, ଜଣେ ମୃତ ଓ ୨ ନିଖୋଜ

0

କଟକ: ମହାନଦୀରେ ଘଟିଲା ବଡ ଧରଣର ଅଘଟଣ। ଗାଧୋଇବା ବେଳେ ନଦୀରେ ବୁଡିଗଲେ ତିନି ଯୁବକ ।ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିବା ଜଣାପଡ଼ିଛି । ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିବା ଜଣାପଡ଼ିଛି । ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ସେହିଭଳି ଘଟଣାରେ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି।

ମିଳିଥିବା ସୂଚନା ମୁତାବକ ଜୋବ୍ରା ବ୍ୟାରେଜକୁ ଗାଧୋଇବା ପାଇଁ ଯାଇଥିଲେ ତିନି ଯୁବକ । ଏବଂ ଗୋଧୋଇବା ବେଳେ ଘଟିଥିଲା ଏହି ବଡ଼ ଅଘଟଣ । ୩ଜଣ ଯୁବକ ମହାନଦୀରେ ଭାସି ଯାଇଥିଲେ । ଭାସିଯାଇଥିବା ତିନି ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଁଚିଥିଲା । ଘଟଣାରେ ନିଖୋଜ ଥିବା ୨ ଯୁବକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଭାସିଯାଇଥିବା ସମସ୍ତ ଯୁବକଙ୍କର କୌଣସି ମଧ୍ୟ ସୂଚନା କିମ୍ବା ପରିଚୟ ମିଳିନଥିବା ସମୟରେ ନିଖୋଜ ଯୁବକଙ୍କ ଘର ଚୂନଭାଟି ଚାରିଘରିଆରରେ ହୋଇଥିବା ସୂଚନା ମିଳିଛି।