ମହାନଦୀରେ ବୁଡିଗଲେ ୩ ନାବାଳକ; ଜଣେ ମୃତ, ଏବେ ବି ଦୁଇ ନିଖୋଜ

0

କଟକ: ମୃତ୍ୟୁ କେଉଁଠି କେତେବେଳେ ଓ କେମିତି ଆସେ ତାହା କିଏ ବା ଜାଣେ । ମୃତ୍ୟୁ ଜଗିବସିଥିଲା ମହାନଦୀରେ । ଗାଧୋଇବା ସମୟରେ ବୁଡିଗଲେ ୩ ନାବାଳକ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ମହାନଦୀରେ । ଗାଧୋଇବା ସମୟରେ ଅସବଧାନତା ହେତୁ ଖସିପଡି ତିନି ଜଣ ନଦୀରେ ବୁଡିଯାଇଥିଲେ । ତିନି ଜଣ ସାଙ୍ଗ ବୋଲି ଜଣା ପଡିଛି । ସେମାନେ ହେଲେ ସମହିଲ୍, ରାଜ୍ ଓ ଆୟୁର । ବହୁ ଖୋଜା ଖୋଜି ପରେ ସାହିଲ୍ ଖାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

କିନ୍ତୁ ଡାକ୍ତର ତାଙ୍କୁ ମୃତଘୋଷଣା କରିଛନ୍ତି । ଅନ୍ୟପଟେ ଅନ୍ୟ ଦୁଇ ଜଣ ଏବେବି ଖୋଜା ଚାଲିଛି । ଗତ ଦୁଇ ଦିନ ବିତି ଗଲେ ମଧ୍ୟ କିଛି ଖୋଜ ଖବର ମିଳିନାହିଁ । ଉଦ୍ଧାର ପାଇଁ ଓହ୍ରାଫ ଟିମ୍ ଓ ଅଗ୍ନିଶମବାହୀନ ଜୋରଦାର ଉଦ୍ୟମ କରୁଛନ୍ତି ।ସୂଚନାଅନୁସାରେ, ଗତକାଲି ପ୍ରାୟ ୧ଟା ବେଳେ ଚାରିଘରିଆସାହିର ମେତେଜଣ ଯୁବକ ମହାନଦୀ ଯୋବ୍ରା ଘାଟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ସାହିଲ୍, ରାଜ୍ଓ  ଛୋଟୁ ପାଣି ସୁଅ ଭିତରକୁ ଚାଲିଯାଇଥିଲେ ।

ଏହା ଦେଖିପାରି ରାଜ୍ ଓ ଛୋଟୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ହେଲେ, ସେମାନେ ଉଦ୍ଧାର କରିବେ କ’ଣ ନିଜେ ପାଣି ସୁଅରେ ଭାସିଯାଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶମାନେ କହିଛନ୍ତି । ସ୍ଥନୀୟ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରି କେବଳ ସାହିଲଙ୍କ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିପାରିଥିଲେ । ଉଦ୍ଧାର କରିବା ପରେ ତାଙ୍କୁ ତୁରନ୍ତ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସାହିଲ୍ ଖ୍ରୀଷ୍ଟ କଲେଜର +୨ ପ୍ରଥମବର୍ଷ ଛାତ୍ର ବୋଲି ସୂଚନା ମିଳିଛି ।

ଅନ୍ୟ ଦୁଇ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଓହ୍ରାଫ ଟିମ୍ ଓ ଅଗ୍ନିଶମବାହୀନ ଜୋରଦାର ରହିଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର କରାଯାିପାରି ନାହିଁ । ସନ୍ଧ୍ୟାପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା ।ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଏ ନେଇ କଟକ ଜିଲ୍ଲାପାଳ ସମେତ ଜଗତପୁର ଥାନା ଅଧିକାରୀ ଓ ମାଲଗୋଦାମ ଥାନା ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିବାବେଳେ ୨ଟି ଡଙ୍ଗା ସାହାଯ୍ୟରେ ମାଛଧରାଳିମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି ।