କୂଅରେ ପଡି ୩ବର୍ଷର ଶିଶୁ ମୃତ
ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି ।
(ଅନୁଗୁଳ/ଜ୍ୟୋତିରଞ୍ଜନ ଧର) : ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି । ତେବେ କୂଅରୁ ଉଦ୍ଧାର କରିବା ବେଳକୁ ଶିଶୁ ପୁତ୍ରର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଜରପଡା ଥାନା ଅଧିନସ୍ଥ ଦେଉଳଖମଣ ଗ୍ରାମର ପ୍ରସନ୍ନ ମାହାର ଚାଷ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ରୋଷେଇ କରୁଥିଲେ । ଏହି ସମୟରେ ତାଙ୍କ ୩ ବର୍ଷର ଶିଶୁ ପୁତ୍ର ସୁବ୍ରତ ନାମାଧାରୀ ଖେଳୁଥିବା ସମୟରେ ଘର ଅଗଣାରେ ଥିବା କୂଅରେ ଖସିପଡି ଯାଇଥିଲା । କିଛି ସମୟ ପରେ ପ୍ରସନ୍ନଙ୍କ ସ୍ତ୍ରୀ ସୁବ୍ରତଙ୍କୁ ଖୋଜାଖୋଜି କରିବା ବେଳେ କୂଅରେ ପଡି ଯାଇଥିବା ଜାଣିବାକୁ ପାଇଥିଲେ । ତେବେ କୂଅରୁ ଉଦ୍ଧାର କରିବା ବେଳକୁ ଶିଶୁ ପୁତ୍ରର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି ।