ବିନା କୋଭିଡ ଟେଷ୍ଟରେ ବିମାନବନ୍ଦରରୁ ଖସିଗଲେ ୩୦୦ ଯାତ୍ରୀ

0

ଗୌହାଟୀ: ବୁଧବାର ଦିନ ଆସାମର ସିଲଚାର ଏୟାର ପୋର୍ଟରୁ ୩୦୦ ଯାତ୍ରୀ କୋଭିଡ ପରୀକ୍ଷା ବାଧ୍ୟତାମୂଳକ ହୋଇଥିବା ବେଳେ ଟେଷ୍ଟିଂ ସେଣ୍ଟରରୁ ଖସି ପଳାଇ ଯାଇଥିବା ଟେଷ୍ଟି ସେଣ୍ଟର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରକୁ ନେଇ ଆସାମ ସରକାର ଦ୍ୱାରା ରାଜ୍ୟକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ରାପିଡ ଆଣ୍ଟିଜେଜ ଟେଷ୍ଟ (ରାଟ) ଓ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି । ସିଲଚାର ଏୟାରପୋର୍ଟଟି ଛୋଟ ଥିବ।।ରୁ ଏହି ଟେଷ୍ଟ ଏୟାରପୋର୍ଟ ନିକଟବର୍ତ୍ତୀ ଟିକୋଲ ମଡେଲ ହସ୍ପିଟ।।ଲରେ କରାଯାଉଛି ।
ବୁଧବାର ଦିନ ମୋଟ ୬୯୦ ଜଣ ସିଲଚାର ଏୟାରପୋର୍ଟରେ ଅବତରଣ କରିଥିଲେ ବୋଲି ଚଚାର ଜିଲ୍ଲା ସ୍ୱାସ୍ଥ୍ୟ ଏଡିସି ସିମିତ ସତ୍ତୱାନ କହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ରାଜ୍ୟର ଉତ୍ତରପୂର୍ବ ଅଞ୍ଚଳର ଟ୍ରାଞ୍ଜିଟ ଯାତ୍ରୀ ଥିଲେ । ମୋଟ ୧୮୯ ଟେଷ୍ଟ ହୋଇଥିବା ବେଳେ ୬ ଜଣ ପଜିଟିଭ ରହିଛନ୍ତି ବୋଲି ସତ୍ତୱାନ କହିଛନ୍ତି । ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୩୦୦ ଜଣ ସେମ।।ନଙ୍କ କୋଭିଡ ଟେଷ୍ଟ ନ କରି ଖସି ଯାଇଥିବା ଅଫିସର ସୂଚନା ଦେଇଛନ୍ତି । ଏହାକୁ ନେଇ ତଦନ୍ତ ଚାଲିଛି । ପ୍ରକୃୃତ ଘଟଣା କଣ ଓ କିପରି ସେମାନେ ଖସି ଗଲେ ତାକୁ ନେଇ ତଦନ୍ତ ଚାଲିଛି । ଯାତ୍ରୀଙ୍କୁ ଟ୍ରେସ କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ଅନ୍ୟ ଜଣେ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି କି, ଯାତ୍ରୀମାନେ ସେମାନଙ୍କ କୋଭିଡ କରାଇବାକୁ ଇଛୁକ ନଥିଲେ ତେଣୁ ସେମାନେ ଟେଷ୍ଟରେ ସହଯୋଗ କରି ନଥିଲେ ।