୩୦୦୦ ଆକ୍ରାନ୍ତ ନିଖୋଜ

0

ବେଙ୍ଗଲୁରୁ: ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ସରକାର । ତେଣୁ ଏଭଳି ସଙ୍କଟ ସମୟରେ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ହୋଇ ପଡିଛି । ତେବେ ଏହି ସମୟରେ ବେଙ୍ଗଲୁରୁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସହରରେ ଚିହ୍ନଟ ହୋଇଥିବା ୩ ହଜାର କୋରୋନା ଆକ୍ରାନ୍ତଏବେ ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି । ନିଖୋଜ ହେବା ପରେ ଅଧିକାଂଶ ସଂକ୍ରମିତଙ୍କର ଫୋନ ସୁଇଚ ଅଫ ରହିଛି । ସେପଟେ ଏମାନେ ଦେଶର ସ୍ୱାସ୍ଥ୍ୟାବସ୍ଥାକୁ ଆହୁରି ପ୍ରଭାବିତ କରିପାରନ୍ତି । ତେଣୁ ଯଥାଶୀଘ୍ର ଏମାନଙ୍କୁ ଖୋଜି ବାହାର କରିବାକୁ ପୋଲିସର ସାହାଯ୍ୟ ଲୋଡିଛି ପ୍ରଶାସନ । ସେପଟେ କର୍ଣ୍ଣାଟକର ରାଜସ୍ୱ ମନ୍ତ୍ରୀ ଆର.ଅଶୋକ ଏମାନଙ୍କୁ ଗତ କିଛି ଦିନ ହେଲା ବଢୁଥିବା ଦ୍ରୁତ ସଂକ୍ରମଣର ଦାୟୀ ଦର୍ଶାଇଛନ୍ତି । ନିଖୋଜ ଆକ୍ରାନ୍ତ ମାନଙ୍କୁ କୋଜିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । କିନ୍ତୁ ଏମାନଙ୍କୁ କିପରି ପୋଲିସ ଠାବ କରିବ ସେ ନେଇ କୈାଣସି ସୂଚନା ମିଳିନାହିଁ । ସେପଟେ ନିଖୋଜ ମାନେ କୁଆଡେ ଯାଇଛନ୍ତି ଜାଣି ନଥିବା କହିଛନ୍ତି ଡାକ୍ତର କେ ସୁଧାକର । ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି ଯାହା ୯୦ ପ୍ରତିଶତ ସଂକ୍ରମଣ ନୟନ୍ତ୍ରଣ କାରବାର କ୍ଷମତା ରଖିଛି ତଥାପି ସେମାନେ କାହିଁକି ଡେଫାନ ସୁଇଚ ଅପ କରି ଫେରାର ହୋଇଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପୁଣି ପରିସ୍ଥିତି ସଂକଟାପନ୍ନ ହେଲେ ଡାକ୍ତରଖାନାକୁ ଆସି ଆଇସିୟୁ ଏବଂ ବେଡ ପାଇଁ ବ୍ୟାକୁଳ ହେଉଛନ୍ତି । ଏହା ଏବେ ନୁହେଁ ଗତ ବର୍ଷେ ହେଲା ଏହି ପ୍ରକ୍ରିୟା ଚାଲୁ ରହିଛି ।