ଆମେରିକାରେ ଜଳିଗଲା ୩ଲକ୍ଷ ଏକର ଜଙ୍ଗଲ

0

ନୂଆଦିଲ୍ଲୀ– ଆମେରିକା ଆରଗନ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ ।ପାଖାପାଖି ୩ଲକ୍ଷ ଏକର ପରିବ୍ୟାପ୍ତ ଜଙ୍ଗଲ ନଷ୍ଟ ହୋଇଛି ।୮୦ ହଜାରରୁ ଉଦ୍ଧ୍ୱର୍ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।ଏହି ନିଆଁ ଜୁଲାଇ ୬ତାରିଖରୁ ଲାଗିରହିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ରୂପେ ଆୟତ କରାଯାଇପାରିନାହିଁ । ନିଆଁ ଲିଭାଇବାକୁ ଦୁଇ ହଜାରରୁ ଅଧିକ ଫାୟାର ଫାଇଟର୍ସ ନିୟୋଜିତ ହୋଇଥିଲେ ମଧ୍ୟ ପବନର ବେଗ ସାମାନ୍ୟରୁ ଅଧିକ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ ।ନିଆଁ ଯୋଗୁଁ ୨ ହଜାରରୁ ଅଧିକ ଲୋକଙ୍କୁ ନିଜ ଘର ଛାଡି ଅନ୍ୟତ୍ର ଯିବାକୁ ପଡିଥିବାବେଳେ ଦେଢଶହରୁ ଅଧିକ କୋଠା ଓ ବାସ ଘର ନଷ୍ଟ ହୋଇଛି । ନିଆଁ ଲାଗିବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।