ନୂଆଦିଲ୍ଲୀ -ଦେଶରେ ଗତ ୨୪ ଘଣ୍ଟାରେ ୩୦ହଜାର ୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଦେଶରେ ୩୭୪ ଜଣଙ୍କର ମୃତ୍ୟୁ ଘଟିଛି । ଦିଆଯାଇଛି । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୪,୩୨୨ ରେ ପହଞ୍ଚିଛି । ଏଥି ସହ ସମୁଦାୟ ମୃତ୍ୟୁ ସଂଖ୍ୟା ୪ ,୧୪,୪୮୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୫,୨୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ଏବେ ମୋଟ ୩,୦୩, ୫୩,୭୧୦ଜଣ ସୁସ୍ଥ ହୋଇସାରିଛନ୍ତି ଜ୍ଝ ଅପରପକ୍ଷରେ ରାଜ୍ୟରେ ମଧ୍ୟଅନୁରୂପ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୯୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୮୮୭। କିନ୍ତୁ ଚିନ୍ତା ବଢ଼ାଉଛି ଖୋର୍ଦ୍ଧାରେ ସଂକ୍ରଣ। ହଠାତ ବଢ଼ୁଛି ହଠାତ କମୁଛି ସଂକ୍ରମଣ। ଖୋର୍ଦ୍ଧାରୁ ସର୍ବାଧିକ ୫୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୨୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୧୩, ବରଗଡ଼ରୁ ୧୫, ଭଦ୍ରକରୁ ୧୭୩, ବଲାଙ୍ଗୀରରୁ ୭, ବୌଦ୍ଧରୁ ୩, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୪୧, ଗଜପତିରୁ ୧୯, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୧୩୨, ଝାରସୁଗୁଡ଼ାରୁ ୨, ଗଳାହାଣ୍ଡିରୁ ୧୦, ଗନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୯୪, କେନ୍ଦୁଝରରୁ ୨୪, କୋରାପୁଟ ୧୬, ମାଲକାନାଗିରିରୁ ୧୯, ମୟୂରଭଞ୍ଜ ୮୪, ନବରଙ୍ଗପୁର ୧୮, ନୟାଗଡ଼ ୬୦, ନୂଆପଡ଼ା ୫, ପୁରୀ ୧୦୬, ରାୟଗଡ଼ା ୧୪, ସମ୍ବଲପୁର ୩୬, ସୋନପୁର ୪, ସୁନ୍ଦରଗଡ଼ ୨୫, ଷ୍ଟେଟପୁଲରୁ ୧୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।