ଆଖିବୁଜା ଗୁଳିମାଡ଼ରେ ୩୧ଜଣଙ୍କ ମୃତ୍ୟୁ
ବ୍ୟାଙ୍ଗକକ୍: ଥାଇଲାଣ୍ଡରେ ବଡ ଧରଣର ଗୁଳିକାଣ୍ଡ ଘଟିଛି । ପିଲାଙ୍କ ଡେ’ କେୟାର ସେଣ୍ଟର ଉପରେ ଆଖିବୁଜା ଗୁଳିମାଡ ହୋଇଛି । ଫଳରେ ୩୧ଜଣଙ୍କର ମୃତ୍ୟୁ ଘଟିବା ନେଇ ସୂଚନା ଆଶଙ୍କା କରାଯାଉଛି । ଏମାନଙ୍କ ମଧ୍ୟରେ ୨୨ଜଣ ଶିଶୁ ଥିବା କୁହାଯାଉଛି । ଥାଇଲାଣ୍ଡର ଉତ୍ତରପୂର୍ବ ଅଂଚଳରେ ଥିବା ନଙ୍ଗବୁଆ ଅଂଚଳରେ ଘଟିଛି ଏହି ଦୁର୍ଘଟଣା ।
ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଦୁର୍ବୃତ୍ତ ଜଣକ ଜଣେ ରିଟାୟାର ପୁଲିସ ଅଫିସର । ସେ ଗୁଳିଚାଳନା କରିସାରି ଘଟଣାସ୍ଥଳରୁ ପଳାୟନ କରିଛି । ତେଣୁ ପୋଲିସ ଅଭିଯୁକ୍ତକାରୀଙ୍କୁ ଗିରଫ କରିପାରିନାହାନ୍ତି । ସେଥିପାଇଁ ଏହା ପଛରେ କଣ କାରଣ ରହିଛି ଏପର୍ଯ୍ୟନ୍ତ ଜଣା ପଡିନାହିଁ । ହେଲେ ଶିଶୁ ମାନଙ୍କ ମୃତ୍ୟୁ ଘଟଣା ହୃଦୟ ବିଦାରକ ଘଟଣାରେ ପରିଣତ ହୋଇଛି ।