ଗଞ୍ଜେଇ ଯାଞ୍ଚ ବେଳେ ବସ ଯାତ୍ରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଜବତ

0

ଗଞ୍ଜାମ ଜିଲ୍ଲା(ରଜନୀକାନ୍ତ ପାତ୍ର):ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଗଂଜେଇ ଚାଲାଣ ଖବର ପାଇ ଯାଞ୍ଚ କରୁଥିଲା ବେଳେ । ଜଣେ ବସ ଯାତ୍ରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଜବତ ହୋଇଛି | ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ | ବ୍ୟକ୍ତି ଜଣକ ବସରେ ବ୍ରହ୍ମପୁର ରୁ କଟକ ଆସୁଥିଲେ | ସେ ପଶ୍ଚିମବଙ୍ଗର ବୋଲି ଜଣା ପଡିଛି| ଗଂଜେଇ ସନ୍ଦେହ କରି ଯାଞ୍ଚ ବେଳେ ମିଳିଛି ୩୨ ଲକ୍ଷ ଟଙ୍କା | ବ୍ୟକ୍ତି ଜଣକ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ସେନେଇ ପୋଲିସର ତଦନ୍ତ କରୁଛି ।