୩୩ଜଣ ଦାଦନ ଶ୍ରମିକ ଉଦ୍ଧାର

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: କାମର ଅଭାବ ଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଓଡିଆ ଶ୍ରମିକ । ଏହାସହ ସେଠାରେ ନିର୍ୟ୍ୟାତନାର ଶିକାର ମଧ୍ୟ ହେଉଛନ୍ତି । ଆଜି ପଡୋଶୀ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରୁ ୩୩ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।
ଆନ୍ଧ୍ରରେ ଏକ ଇଟାଭାଟିରେ ନୂଆପଡାର ୩୩ଜଣ ଶ୍ରମିକ ଦାଦନ ଖଟୁଥିବା ସହ ସେମାନଙ୍କୁ ନିର୍ୟ୍ୟାତନା ଦିଆଯାଉଥିବା ଅଭିଯୋଗ ଆସିଥିଲା । ଏହାପରେ ନୂଆପଡା ଶ୍ରମ ବିଭାଗ ସେଠାରେ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ତେବେ ଶ୍ରମିକମାନେ ସର୍ଦାର ଇବ୍ରାହିମ ଖାନ ନାମକ ଜଣେ ଦଲାଲ କଥାରେ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ ବୋଲି ସୂଚନା ମିଳିଛି ।