୨୪ ଭାରତୀୟ ଓ ୧୧ ନେପାଳ ନାଗରିକଙ୍କୁ ଆସିଲା ବାୟୁସେନା ବିମାନ ସି-୧୭

0

ଗାଜିଆବାଦ: ଆଫଗାନିସ୍ତାନର କାବୁଲ ଏୟାର ପୋର୍ଟରୁ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ସି-୧୭ ଗ୍ଲୋବମାଷ୍ଟରରେ ୨୪ ଜଣ ଭାରତୀୟ ଓ ୧୧ ଜଣ ନେପାଳ ନାଗରିକ ଆସି ଗୁରୁବାର ଦିନ ହିଣ୍ଡୋନ ଏୟାରପୋର୍ଟରେ ପହଞ୍ଚିଛନ୍ତି । ଅପରେସନ ଦେବୀ ଶକ୍ତି ଅନ୍ତର୍ଗତ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି । ଭାରତରେ ପହଞ୍ଚିବା ପରେ ନେପାଳ ନାଗରିକମାନେ ଭାରତୀୟ ଦୂତାବାସ ଓ ଭାରତ ସରକାରଙ୍କୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଏଠାକୁ ଆଣିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ପୂର୍ବରୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମୁଖପାତ୍ର ଅରିନ୍ଦମ ବାଗଚୀ ଜଣାଇଥିଲେ କି, ଅପରେସନ ଦେବୀ ଶକ୍ତି ଅନ୍ତର୍ଗତ କାବୁଲରୁ ୨୪ ଜଣ ଭାରତୀୟ ଓ ୧୧ ନେପାଳୀ ନାଗରିକଙ୍କୁ ଭାରତକୁ ଅଣା ଯାଉଛି । ସେମାନେ ରାସ୍ତାରେ ଅଛନ୍ତି ବୋଲି ବାଗଚୀ ଟ୍ୱିଟ କରି ଜଣାଇଥିଲେ । ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ଗତ ସପ୍ତାହରେ ଅପରେସନ ଦେବୀ ଶକ୍ତିର ଆରମ୍ଭ କରାଯାଇଥିଲା । ଏଥିରେ ଆଫଗାନିସ୍ତାନରେ ଥିବା ସମସ୍ତ ଭାରତୀୟଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସ୍ୱତନ୍ତ୍ର ନମ୍ବର ଜାରି କରାଯାଇଥିଲା ।
ଏପର୍ଯ୍ୟନ୍ତ ୫୬୫ ଜଣଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୧୭୫ ଜଣ ଦୂତାବାସ କର୍ମଚାରୀ ଥିବା ବେଳେ ୨୬୩ ଜଣ ଭାରତୀୟ ନାଗରିକ ଓ ୧୧୨ ଆଫଗାନ ଶିଖ, ହିନ୍ଦୁ ତଥା ୧୫ ଅନ୍ୟ ଦେଶର ନାଗରିକ ରହିଛନ୍ତି ।