ବ୍ୟୁରୋ: ୟୁକ୍ରେନ ଉପରେ ରୁଷର ନରସଂହାର ଆକ୍ରମଣ । ଘମାଘୋଟ କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନ ଘାଇଲା । ପ୍ରତିଶୋଧ ନିଆଁ ରେ ୟୁକ୍ରେନର ଏକାଧିକ ଅଚଂଳକୁ ଛାରଖାର କରିଦେଇଛି ରୁଷ । ବିଳମ୍ବିତ ରାତିରେ ୟୁକ୍ରେନର ସାଧାରଣ ଜନବସତି ଅହଚଂଳକୁ ୩୬ ଟି କ୍ଷେପଣାସ୍ତ୍ର ପ୍ରୟୋଗ କରିଛି ରୁଷ୍ । ଏ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଭୟଙ୍କର କ୍ଷେପଣାସ୍ତ୍ର ବିସ୍ପୋରଣରେ ବିଦ୍ୟୁତ ଭିତ୍ତିଭୂମି ରେ ଅନେକ କ୍ଷତି ହେବା ସହିତ ବିଦ୍ୟୁତ ସଂଯୋଗରେ ବାଧା ପ୍ରାପ୍ତ ସୃଷ୍ଟି ହୋଇଛି । ପଳରେ ୧୦ ଲକ୍ଷରୁ ଅଧିକ ଲୋକ ବିନା ବିଦ୍ୟୁତ ସଂଯୋଗରୁ ବଚିଂତ ଅଛନ୍ତି । ସେପଟେ ରୁଷର କିଛି ଅଚଂଳକୁ ନିଜ ଜଖଲକୁ ଆଣିବା ପାଇଁ ୟୁକ୍ରେନ ସେନା ଜୋରସୋର ଉଦ୍ୟମ ଚଳାଇଥିବା ବେଳେ ଉକ୍ତ ଅଚଂଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ରୁଷ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ତେବେ ଆଗକୁ ଏହି ଅଚଂଳ ଉପରେ ଉଭୟ ଦେଶ ଭୟଙ୍କର ଆକ୍ରମଣ କରିପାରନ୍ତି , ଏମିତି କି ପରମାଣୁ ଶକ୍ତି ସହ ଶାରୀରିକ ଶକ୍ତିକୁ ସୃଦୁଢ କରିବା ପାଇଁ ଆତଙ୍କବାଦୀ ମାନଙ୍କୁ ବ୍ୟବହାର କରିବେ ବୋଲି ଚର୍ଚ୍ଚା ହେଉଛି ।