ନୂଆଦିଲ୍ଲୀ : ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ୍ (ଇସ୍ରୋ) । ‘ୱାନ ୱେବ୍-୨’ ମିଶନରେ ମହାକାଶକୁ ଛଡ଼ାଗଲା ୩୬ ଉପଗ୍ରହ । ଆନ୍ଧ୍ର ଶ୍ରୀହରିକୋଟାରୁ ଖଠଗ୩ ରକେଟ ଜରିଆରେ ଉତକ୍ଷେପଣ ହୋଇଛି । ଏହି ରକେଟ ୪୩.୫ ମିଟର ଲମ୍ବହୋଇଥିବା ବେଳେ ଏହାର ଓଜନ ୬୪୩ ଟନ୍ । ଏହା ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଛି । ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ (ୱାନ୍ୱେବ୍ ଗ୍ରୁପ୍ କମ୍ପାନି) ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ଏହି ୩୬ଟି ଉପଗ୍ରହ ମହାକାଶକୁ ଉତ୍ କ୍ଷେପଣ କରାଯାଉଛି। ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍୧ ସାଟେଲାଇଟକୁ ନେଇ ପୃଥ୍ୱିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ ।ଏହା ପୂର୍ବରୁ ୨୦୨୨ ଅକ୍ଟୋବର ୨୩ରେ ୱାନ୍ ୱେବ୍ ଗ୍ରୁପ୍ କମ୍ପାନି ପାଇଁ ପ୍ରଥମ ୩୬ଟି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା। ଏହି ଉତକ୍ଷେପଣ ପାଇଁ ଇସ୍ରୋକୁ ୧୦୦୦ କୋଟି ଟଙ୍କା ଶୁଳ୍କ ମିଳିଛି ।