ଭୁବନେଶ୍ୱରୁ ଆଉ ୩୭୯ଜଣ ଆକ୍ରାନ୍ତ ଚିହ୍ନଟ : ୨୪୮ ସୁସ୍ଥ

0

ଭୁବନେଶ୍ୱର-ରାଜଧାନୀ ଭୁବନେଶ୍ୱରର ଗତ ୨୪ ଘଣ୍ଟାରେ ୩୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି୩୦୪ଜଣ । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ହଜାର ୧୭୦ ରେ ପହଞ୍ଚିଛି । ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୯୪,୭୨୪ ଜଣ ସୁସ୍ଥ ହୋଇସାରିଛନ୍ତି । ୬୯୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୨୯ ଆକ୍ଟିଭ୍ କେସ୍ ରହିଛି । ସେହିଭଳି ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୨୪୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଗତକାଲି ଭୁବନେଶ୍ବରରୁ ୩୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।