ତହସିଲ ସମ୍ମୁଖରେ ୮ ବର୍ଷର ଧାରଣା 

0

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ବାସିନ୍ଦା ଗୁଣନିଧୀ ସାହୁ ବର୍ଷ ବର୍ଷ ଧରି ଧାରଣା ଜାରି ରଖିଛନ୍ତି । ତରଭା ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ତରଭା ତହସିଲ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି ଗୁଣନିଧୀ । ଏହି ଧାରଣା ଆଜି କିମ୍ବା କାଲିର ନୁହେଁ । ଦୀର୍ଘ ୮ ବର୍ଷରୁ ସେ ଏହି ଧାରଣା ଦେଇ ଆସୁଛନ୍ତି । ୨୦୧୩ରୁ କେବଳ ସରକାରୀ କାର୍ୟ୍ୟ ଦିନ ଅଫିସ ସମୟରେ ଏହି ଧାରଣା ଆରମ୍ଭ ହୋଇ ଅଦ୍ୟାବଧୀ ଚାଲୁ ରହିଛି ବୋଲି ପ୍ରକାଶ କରିଛନ୍ତି ଗୁଣନିଧୀ ।