ବଢୁଛି ଉତ୍ତାପ , ପାରଦ ୪୩.୩ ଡିଗ୍ରୀ ପାର

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଉତ୍ତାପ ।

0

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଉତ୍ତାପ । ପାରଦ ଉପରମୁହାଁ ହୋଇ ରହୁଛି। ୪୦ ଡିଗ୍ରୀ ଉପରେ ଅନେକ ସହରର ତାତି ରହୁଛି। ବଲାଙ୍ଗୀର ଓ ଟିଟିଲାଗଡରେ ତାତିର ରେକର୍ଡ ଭାଙ୍ଗି ଦେଇଛି। ଏହି ୨ ସହରର ତାପମାତ୍ରା ୪୨.୫ ଡିଗ୍ରୀ ଭିତରେ ରହୁଥିବା ବେଳେ ରବିବାର ୪୩.୩ ଡିଗ୍ରୀ ତାପମାତ୍ରା ରହି ସୋନପୁର ଉତ୍ତପ୍ତ ସହରରେ ପାଲିଟିଛି।

ଗତ କିଛି ଦିନ ହେଲା ଟିଟିଲାଗଡ ଓ ବଲାଙ୍ଗୀର ଉତ୍ତପ୍ତ ସହର ରହୁଥିଲା। ରବିବାର ସୋନପୁର ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେହିପରି ଟ୍ବିନ ସିଟି ରେ ଭୁବନେଶ୍ବର ତାପମାତ୍ରା ୩୭.୪ ଡିଗ୍ରୀ ଏବଂ କଟକରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

ବଲାଙ୍ଗୀରରେ ତାପମାତ୍ରା ୪୨.୨ ଡିଗ୍ରୀ, ବାରିପଦା ଓ ଟିଟିଲାଗଡରେ ୪୨ ଡିଗ୍ରୀ, ଝାରସୁଗୁଡାରେ ୪୧.୮ ଡିଗ୍ରୀ, ସମ୍ବଲପୁରରେ ୪୧.୭ ଡିଗ୍ରୀ, ବୌଦ୍ଧରେ ୪୧.୫ ଡିଗ୍ରୀ, ଅନୁଗୁଳରେ ୪୦.୯ ଡିଗ୍ରୀ, ଭବାନୀପାଟଣାରେ ୪୦.୮ ଡିଗ୍ରୀ, ହୀରାକୁଦରେ ୪୦.୧ ଡିଗ୍ରୀ, ସୁନ୍ଦରଗଡରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।