ତାତିରେ ଜନଜୀବନ ଅସ୍ତବ୍ୟସ୍ତ , ୪୨ ଡିଗ୍ରୀ ମୁହାଁ ପାରଦ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି ।

0

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖରା ସହ ଝାଞ୍ଜିରେ ସିଝୁଛନ୍ତି ଓଡିଶାବାସୀ । ଟିଟିଲାଗଡ ଆଜି ବି ଉତ୍ତପ୍ତ ସହର ରହିଛି। କ୍ରମାଗତ ଭାବେ ଗତ କିଛି ଦିନ ଧରି ଟିଟିଲାଗଡ ଉତ୍ତପ୍ତ ସହର ରହିଛି। ଟିଟିଲାଗଡରେ ରବିବାର ତାପମାତ୍ରା ୪୧. ୬ ରହିଛି।

ସେହିପରି ରାଜ୍ୟର କେତେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ତାଳଚେର ୩୯.୮ ଡିଗ୍ରୀ, ଅନୁଗୁଳ ୩୯.୩ ଡିଗ୍ରୀ, ହୀରାକୁଦ ୩୯.୬ ଡିଗ୍ରୀ, ବାରିପଦା ୩୮ ଡିଗ୍ରୀ ରହିଛି। ଟ୍ବିନ ସିଟି କଟକରେ ୩୫.୫ ଡିଗ୍ରୀ, ଭୁବନେଶ୍ବର ୩୫.୯ ଡିଗ୍ରୀ ତାପମାତ୍ରା ରହିଛି।

 

ସେହିପରି ବଲାଙ୍ଗୀର ୪୧.୫ ଡିଗ୍ରୀ , ବୌଦ୍ଧ ୪୧.୫ ଡିଗ୍ରୀ, ଝାରସୁଗୁଡା ୪୧.୫ ଡିଗ୍ରୀ , ସମ୍ବଲପୁର ୪୧.୧ଡିଗ୍ରୀ , ସୋନପୁର ୪୧ଡିଗ୍ରୀ , ସୁନ୍ଦରଗଡ ୪୦ ଡିଗ୍ରୀ ରହିଛି। ବୌଦ୍ଧ, ସୋନପୁର, ସୁନ୍ଦରଗଡ, ଝାରସୁଗୁଡାରେ ଶନିବାର ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଗ୍ରୀଷ୍ମର ପ୍ରକୋପରେ ଲୋକମାନେ ଅତିଷ୍ଠ ହୋଇପଡୁଛନ୍ତି।