ମଶା ଧରିଲେ ମିଳୁଛି ୪୦୦ ଟଙ୍କା

ହିବର ବଜାରରେ ୮୦ ଜଣ ଲୋକ କେରାଡପତି, ଗୋଟିଏ ମଶା ଧରି ଦେଲେ ପୁରସ୍କାର ମଳୁଛି ୪୦୦

0

ମହାରାଷ୍ଟ୍ର: ମହାରାଷ୍ଟର ଅହମ୍ମଦାନଗର ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯେଉଁଠାରେ ୮୦ ଜଣ ଲୋକ କରୋଡପତି । ଏହି ଗାଁରେ ଗୋଟିଏ ବି ମଶା ନାହାଁନ୍ତି । ଯଦି ଏଠାରେ କେହି ମଶା ଖୋଜି ଦେଖାନ୍ତି । ତେବେ ତାଙ୍କୁ ଉପହାର ସୂରପ ୪୦୦ ଟଙ୍କା ପୁରସ୍କାର ରୂପରେ ଦିଆଯାଇଥାଏ । ଏହି ବଜାରର ନାମ ହେଉଛି ହିବରେ ବଜାର ।ଯଦି ଆମେ ଏହି ବଜାରର ପୁର୍ବ ଇତିହାସ ଦେଖିବା,ତେବେ ପୂର୍ବରୁ ଏଠି ମରୁଡି ଥିଲା । କିନ୍ତୁ ଏହି ଗାାଁର ଲୋକମାନଙ୍କ କଠିନ ପରିଶ୍ରମ ଦ୍ୱାରା ବଜାରର ସ୍ଥିତି ସମ୍ପୁର୍ଣ୍ଣ ପରିବର୍ତ୍ତନ ହୋଇଛି । ଏହି ବଜାରରେ ପ୍ରାୟ ୩୫୦ ପରିବାର ବସବାସ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୮୦ ପରିବାର ବର୍ତ୍ତମାନ କୋରଡପତି ଅଛନ୍ତି । ସୂଚନାମୁତାବକ, ୧୯୯୦ ମହିସହାରେ ହିବରେ ବଜାରରେ ୯୦ ପ୍ରତିଶତ ଲୋକ ଗରିବ ଥିଲେ । ହେଲେ ଏବେ ଏହି ବଜାରର ରୂପରେଖା ସମ୍ପୁର୍ଣ୍ଣ ପରିବର୍ତ୍ତନ ହୋଇସାରିଛି ।

ଜାଣନ୍ତୁ ଗାଁ ଲୋକେ କିପରି ବଦାଇଲେ ହିବର ବଜାର ଭାଗ୍ୟ:
ପୂର୍ବରୁ ହିବର ବଜାରରେ ପାଣି ମଧ୍ୟ ପିଇବାକୁ ମିଳୁନଥିଲା । ଏଠାକାର ବାସିନ୍ଦା ଭୟଙ୍କର ମରୁଡିରେ ଶିକାର ହୋଇଥିଲେ । ଯାହଦ୍ୱରା କିଛି ଲୋକେ ସ୍ଥାନ ଛାଡି ପଳାୟନ କରିଥିଲେ । ସେତେବେ କିଛି ଲୋକ ଭରସା ରଖି ଗାଁ ଛାଡି ନଥିଲେ । ତେବେ ଗାାଁରେ ଥିବା କିଛି ଗ୍ରାମବାସୀ ମିଶି ଜଙ୍ଗଲ ପରିଚାଳନା କମିଟି ବନାଇଥିଲେ । ଏହି କମିଟି ଅଧ୍ୟିନରେ କୂଅ ଖୋଳା ଏବଂ ଗଛ ଲଗାବାଇ ଭଳି କାର୍ଯ୍ୟ ଆରମ୍ଭ କରାଗଲା । ମହାରାଷ୍ଟ୍ର ରୋଜଗାର ଗ୍ୟାରେଣ୍ଟି ଯୋଜନା ଦ୍ୱାରା ଗ୍ରାମବାସୀଙ୍କୁ ପାଣ୍ଠି ପ୍ରଦାନ କରାଯାଏ । ଏହା ଦ୍ୱାରା ଗ୍ରାମବାସୀଙ୍କୁ ବହୁ ସହାୟତା ମିଳିଲା ।

ଖବରମୁତାବକ, ହିବର ବଜାରରେ ପ୍ରଥମେ ଆଖୁ ଏବଂ ଜୋୱାର ଚାଷ କରାଯାଉଥିଲା । କିନ୍ତୁ ଏଠି ପାଣି ପର୍ଯ୍ୟାକ୍ତ ମାତ୍ରାରେ ଖର୍ଚ୍ଚ ହେବାରୁ ଏହି ଚାଷକୁ ବନ୍ଦ କରିଦିଆଯାଇଥିଲା । ଏହା ପରେ ଗ୍ରାମବାସୀ ଆଳୁ ଏବଂ ପିଆଜ ଚାଷ କରିଲେ । ଯାହା ଦ୍ୱାରା ବହୁ ଟଙ୍କା ରୋଜଗାର କଲେ ଗ୍ରାମବାସୀ । ଗାଁର ବାସିନ୍ଦା ପେପଟ ରାବ କହିବା ମୁତାବକ, ଗ୍ରାମବାସୀ ଏଠାରେ ଲୋକେ ବର୍ଷା ଋିତୁର ଅପେକ୍ଷା କରିନଥାନ୍ତି । କାରଣ କମ୍ ପାଣି ଆବଶ୍ୟକ କରୁଥିବା ଚାଷ ଉପରେ ବେଶି ପ୍ରଧାନ୍ୟ ଦେଇଥାନ୍ତି ଗ୍ରାମବାସୀ ।
ତେବେ ପେପଟ ରାବଙ୍କ କହିବା ମୁତାବକ, ଗାଁରେ ୩୦୫ ପରିବାର ବସବାସ କରୁଥିବା ବେଳେ ୧୨୫୦ ଲୋକ ଅଛନ୍ତି । ସେଥି ମଧ୍ୟରୁ ୮୦ ଜଣ ପରିବାର କୋରଡପତି ଅଟନ୍ତି । ଏହ ସହ ୫୦ରୁ ଅଧିକ ପରିବାର ମାସକୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି ।