ଆସାମରେ ୪୦୦୪ ବାଲ୍ୟ ବିବାହ ମାମଲା, କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

0
ଆସାମ: ଚିନ୍ତା ବଢିଯାଇଛି ଆସାମରେ ବାଲ୍ୟ ବିବାହ ମାମଲା । ବାଲ୍ୟ ବିବାହ ଆଇନ ଉଲ୍ଲଙ୍ଘନ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସରକଙ୍କ ଚିନ୍ତା ବଢିଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦୦୪ଟି ମକଦ୍ଦମା କେବଳ ବାଲ୍ୟ ବିବାହ ଆଇନରେ ରୁଜୁ ହୋଇଛି । ଏହି ସବୁ ମାମଲା ବାଲ୍ୟ ବିବାହ ଆଇନର ଉଲ୍ଲଘଂନ କରି ରୁଜୁ ହୋଇଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ଶୁକ୍ରବାର ସୁଦ୍ଧା ଏହା ଉପରେ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟକୁ ଦେଖି ଆସାମ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ରାଜ୍ୟ ସରକାର ବାଲ୍ୟ ବିବାହ କାରଣରୁ ସୃଷ୍ଟି ହେଉଥିବା ବିପଦକୁ ନେଇ ଚିନ୍ତିତ ଅଛନ୍ତି । ରାଜ୍ୟରେ ବର୍ତ୍ତମାନ ୧୫ ଜିଲ୍ଲାରେ ବାଲ୍ୟ ବିବାହ ଆଇନର ଉଲ୍ଲଘଂନ ମାମଲାରେ ୪୦୦୪ଟି ମାମଲା ରୁଜୁ ହୋଇଛି । ଏହି ସବୁ ମକଦ୍ଦମା ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ପଠାଇଦିଆଯାଇଛି । ତେବେ ଏହି ମାମଲା ମଧ୍ୟରୁ ସର୍ବାଧିକ ମାମଲା ଧୁବରୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ୩୭୦ ଟି ମାମଲା ରୁଜୁ ହୋଇଛି । ଦ୍ୱିତୀୟ ସ୍ଥାନରେ ରହିଛି କମିଶ୍ରରେଟ ଯେଉଁଠାରେ ୧୯୨ ମାମଲା ରୁଜୁ ହୋଇଛି । ତୃତୀୟ ସ୍ଥାନରେ ରହିଛି ଗୋଲପାରା ଜିଲ୍ଲା । ଏହି ଜିଲ୍ଲାରେ ୧୫୭ଟି ମାମଲା ରୁଜୁ ହୋଇଛି । ବାଲ୍ୟ ବିବାହ ଆଇନ ସମ୍ବନ୍ଧୀୟ ସବୁଠାରୁ କମ ମାମଲା ସାମ୍ନାକୁ ଆସିଛି ହସାଓ ଜିଲ୍ଲାରୁ । ଏଠାରେ ମାତ୍ର ୨୪ଟି ମାମଲା ରୁଜୁ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏ ବାବଦରେ ଅବଗତ ହେବା ପରେ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।