ଦେଶରେ ୪୨,୯୮୨ କରୋନା ଆକ୍ରାନ୍ତ ଚିହ୍ନଟ : ୫୩୩ ମୃତ

0

ନୂଆଦିଲ୍ଲୀ–  ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୪୨ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏଥି ସହ ୫୩୩ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୮ଲକ୍ଷ ୧୨ହଜାର ୧୧୪ ରେ ପହଞ୍ଚିଛି ।

ଏହା ବ୍ୟତୀତ ମୃତ୍ୟୁସଂଖ୍ୟ ୪ଲକ୍ଷ ୨୬ହଜାର ୨୯୦ ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୩କୋଟି ୯ଲକ୍ଷ ୭୪ହଜାର ୭୪୮ ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ୪୧୧୦୭୬ ଟି ସକ୍ରିୟ ମାମଲା ରହିଛି ।