କାର ଭିତରୁ ୪୩ କେଜିର ସୁନା ବିସ୍କୁଟ ଜବତ

0

ନୂଆଦିଲ୍ଲୀ: ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ( ଡିଆରଆଇ) ଏକ ବଡ଼ ଧରଣର ସୁନା ଚୋରା ଚାଲାଣକୁ ପଣ୍ଡ କରିଛି। ସ୍ୱତନ୍ତ୍ର ଅପରେସନରେ ଏକ କାରରୁ ୪୩ କେଜିରୁ ଅଧିକ ସୁନା ବିସ୍କୁଟ ଜବତ କରାଯାଇଛି। ଏହି ସୁନା ବିସ୍କୁଟର ଆନୁମାନିକ ମୂଲ୍ୟ ୨୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅଧିକାରିକ ସୂତ୍ରରୁ ପ୍ରକାଶ ।
ସୂତ୍ରରୁ ପ୍ରକାଶ, ଇମ୍ଫାଲରେ ଏକ କାରରେ ସୁନା ଚୋରା ଚାଲାଣର ଖବର ପାଇ ଡିଆରଆଇ ପକ୍ଷରୁସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଇମ୍ଫାଲରେ ସମସ୍ତ କାରଗୁଡ଼ିକୁ ଚେକିଂ କରାଯାଇଥିଲା। ଗୋଟିଏ କାରକୁ ଯାଞ୍ଚ କରାଯାଇଥିଲା । ପ୍ରାଥମିକ ସ୍ତରରେ କିଛି ବି ମିଳି ନଥିଲା। ତେବେ କାରରେ ଥିବା ଦୁଇ ଯାତ୍ରୀଙ୍କୁ ଜେରା ବେଳେ ସର୍ଚ୍ଚ ସ୍କ୍ୱଡକୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲ।। । ଏହା ପରେ କାରଟିକୁ ଭଲଭାବେ ତନଖି କରାଯିବା ବେଳେ ଦୀର୍ଘ ୧୮ ଘଣ୍ଟାର ଘଣ୍ଟାଚକଟା ପରେ କାର ଭିତରେ ବିଭିନ୍ନ ଜାଗାରେ ସୁନା ବିସ୍କୁଟ ଲୁଚାଯାଇଥିବା ୨୬୦ଟି ବିସ୍କୁଟ ମିଳିଥିଲା ।
ମଣିପୁର ଓ ମିଆଁମାର ସୀମାରେ ୩ ମାସ ମଧ୍ୟରେ ୬୩ କେଜିରୁ ଅଧିକ ସୁନା ଚାଲାଣ କାଳରେ ଜବତ ସରିଛି । ଏହାର ବଜାର ମୂଲ୍ୟ ୩୩ କୋଟି ଟଙ୍କାରୁ ଅଧିକ ହେବ। ଏହା ମଧ୍ୟରୁ କେବଳ ଜୁନ୍ ମାସରେ ୫୫ କେଜି ସୁନା ଜବତ ହୋଇଛି।