ମମତାଙ୍କ କ୍ୟାବିନେଟରେ ଅମିତ ମିଶ୍ରା, ମନୋଜ ତିୱାରୀଙ୍କ ସମେତ ୪୩ ବିଧାୟକ

0

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ୪୩ ବିଧାୟକଙ୍କୁ ସ୍ଥାନ ଦିଆଯାଇଛି । ଆଜି କ୍ୟାବିନେଟର ୪୩ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । ପୂର୍ବରୁ ମମତା ବାନାର୍ଜୀ ଶପଥ ନେଇଥିଲେ । ଅମିତ ମିଶ୍ରା ଏବଂ ପୂର୍ବତନ କ୍ରିକେଟର ମନୋଜ ତିୱାରୀଙ୍କ ସମେତ ଅନେକ ନୂଆ ଚେହେରାଙ୍କୁ ମମତା କ୍ୟାବିନେଟରେ ସ୍ଥାନ ଦେଇଛନ୍ତି । ମମତା ବାନାର୍ଜୀଙ୍କ କ୍ୟାବିନେଟରେ ୨୫ ପୁରୁଣା ଏବଂ ୧୮ ନୂଆ ଚେହେରାକୁ ସ୍ଥାନ ମିଳିଛି । ୪୩ ଜଣ ବିଧାୟକଙ୍କ ମଧ୍ୟରୁ ନଅ ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଥିବାବେଳେ ଅମିତ ମିଶ୍ରାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ଭର୍ଚୁଆଲ ମିଡିଆରେ ଶପଥ ଗ୍ରହଣ କରିଛନ୍ତି ।