ଓଡ଼ିଶାରେ ବଣ୍ଟନ ହେବ ୪୩ ହଜାର ଫୁଟବଲ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର( ହରପ୍ରସାଦ ବିଶୋଇ): ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଫୁଟବଲ ଫର ଅଲ ଉଦଘାଟନ କରିଛନ୍ତି । ଓଡ଼ିଶାରେ ଫୁଟବଲର ମୁଳଦୁଆ ପକାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛନ୍ତି ନବୀନ । କିଟ୍ ଓ କିସ୍ର ସହଭାଗିତା ରେ ଫିଫା ଏହି ପ୍ରୋଗ୍ରାମ ଓଡ଼ିଶାରେ ଆରମ୍ଭ କରିବାକୁ ଯାଉଛି । ତେବେ ୪୩ ହଜାର ଫୁଟବଲ ପିଲାମାନଙ୍କୁ ୨୦୦୦ ବିଦ୍ୟାଳୟରେ ବଣ୍ଟନ କରାଯିବ । ଦେଖିବାକୁ ଗଲେ ଏହି ପୋଗ୍ରାମଟ ଭାରତରେ ପ୍ରଥମ ଥର ଫୁଟବଲ ପ୍ରମୋଶନ ପାଇଁ ପିଲାମାନଙ୍କ ଭିତରେ ବଣ୍ଟା ଯାଉଛି ।

ଏହିପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଫୁଟବଲ ହେଉଛି ଏକ ଲୋକପ୍ରିୟ ଖେଳ । ଏହି ପୋଗ୍ରାମ ଦ୍ୱାରା ସାରା ବିଶ୍ୱ ଏକାଠି ହୋଇପାରିବ । ଆଶା କରାଯାଉଛି , ଏହି ସହଭାଗିତା ଓ ଶୁଭାରମ୍ଭ ଫୁଟବଲ ଆଗକୁ ବିକାଶ ମୂଳକ କ୍ଷେତ୍ରରେ ସହାୟ କରିପାରିବ । ଆମେ ଆଶା ଫୁଟବଲ ଖେଳ ସହ ଝିଅ ମାନଙ୍କ ଫୁଟବଲ ଖେଳକୁ ଅଧିକ ପ୍ରାଧାନ୍ୟ ଦେଉଅଛୁ । ପୁଣି ସେ କହିଛନ୍ତି, ଆମ ପାଖରେ ବହୁ ସୁବିଧା ଅଛି ଫୁଟବଟ ଖେଳ ପାଇଁ କିପରି କୋଚିଙ୍ଗ ଦିଆଯିବ । ଓଡ଼ିଶାରେ ଫିଫା ଟ-୧୭ ମହିଳା ବିଶ୍ୱକପ୍ ଆୟୋଜନ ଏକ ଗର୍ବର ମୁହୂର୍ତ୍ତ । ଏହାଦ୍ୱାରା ଓଡ଼ିଶାରେ ଫୁଟବଲର ବିକାଶ ହୋଇପାରିବ । ଓଡିଶାରେ ବିଶ୍ୱକପ୍ ଆୟୋଜନ କରିଥିବାରୁ ଫିଫାକୁ ଧନ୍ୟବାଦ । ଭବିଷ୍ୟତରେ ଫିଫା ସହ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହ ରଖିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଆନନ୍ଦର ସହ ଏହି ପ୍ରୋଗ୍ରାମର ଉଦଘାଟନ କରିଥିଲେ । ଏବଂ କିଟ୍-କିସ୍ ର ଡା . ଅଚ୍ୟୁତ ନନ୍ଦଙ୍କୁ ପ୍ରଶଂସା କରିଛନ୍ତି ଏହିପରି ଉନ୍ନତିମୂଲକ କାମ ପାଇଁ । ୟୁନିଟ୍-୯ ଓ କ୍ୟାପିଟାଲ ହାଇସ୍କୁଲ ପିଲାଙ୍କୁ ଫୁଟବଲ୍ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗଦେଇଥିଲେ । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତ୍ୟେକ୍ଷ ଭାବେ ପିଲାମାନଙ୍କୁ ପୁଟବଲ ବଣ୍ଟନ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।