ଓଜନ ମାପ ବିଭାଗର ଚଢାଉ ୪୫୦୦୦ ର ଜରିମାନା

0

(ଋିପୋର୍ଟସ ଟୁଡେ) ବାରମ୍ବାର ଓଜନ ମାପ କୁ ନେଇ ସତର୍କ ସୂଚନା ଦେଇଆସୁଥିବା ବେଳେ ବିଭିନ୍ନ ଦୋକାନୀ ଠାରୁ ଆରମ୍ଭ କରି ବଡ ବଡ କମ୍ପାନୀ ମଧ୍ୟ ଗ୍ରାହାକ ମାନଙ୍କୁ ଓଜନ ରେ ଠକି ଦେଉଛନ୍ତି । ଆଜି ବଡବିଲ ମକଡାମଡା ଠାକୁରାଣୀ ଠାରେ ଚମ୍ପୁଆ ଓଜନ ମାପ ବିଭାଗର ଚଢାଉ ରେ ୪୫୦୦୦ ଟଙ୍କାର ଜୋରିମନା କରାଯାଇଥିଲା ।
ସୂଚନା ଅନୁସାରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ତଥା ସ୍ପୋଙ୍ଗ ଆଇରନ ପ୍ଲାଣ୍ଟ, ଏଲପିଜି ଗ୍ୟାସ ବ୍ୟବସାୟ ରେ ଅନିୟମିତତା ନେଇ ଯାଚଂ କରାଯାଇଥିଲା । ଓଜନ ରେ ଅନିୟମିତତା ଦେଖାଯାଇଥିବାରୁ ତାଙ୍କଠାରୁ ୪୫୦୦୦ ଜରିମନା ନିଆଯାଇଥିଲା । ଏହି ଯାଚଂ ସମୟରେ ଓଜନ ବିଭାଗ ର ସହକାରୀ ନିୟନ୍ତ୍ରକ ଭାସ୍କର ବେହେରା, ବରିଷ୍ଠ ନିରକ୍ଷକ ଅମିତି ଛୋଟରାୟ ଙ୍କ ସମେତ ବିଭାଗିୟ ଅଧିକାରି ଉପସତ ଥିଲେ ।