କରୋନାକୁ ପରାସ୍ତ କରି କରୋନା ରୋଗୀଙ୍କ ପାଇଁ ଉଦାହରଣ ପାଲଟିଲା ୫ଦିନର ଶିଶୁକନ୍ୟା

୫ ଦିନର କନ୍ୟାରତ୍ନ କରୋନାକୁ ପରାସ୍ତ କରିଛି । ପାଟ୍‌ନା ଏମ୍ସରେ ଜନ୍ମ ହେବା ମାତ୍ରେ ଝିଅଟି କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତେବେ ୫ ଦିନ ମଧ୍ୟରେ ସେ କରୋନାକୁ ହରାଇଛି।

0

(ବିହାର) : କରୋନା ମହାମାରୀ ମଧ୍ୟରେ ବିହାରର ପାଟ୍‌ନାରୁ ଆସିଛି ଏକ ଉତ୍ତମ ଖବର ଯାହା କାରଣ ରୋଗୀ ମାନଙ୍କୁ ଉତ୍ସାହ ଯୋଗାଇବ । ୫ ଦିନର କନ୍ୟାରତ୍ନ କରୋନାକୁ ପରାସ୍ତ କରିଛି । ପାଟ୍‌ନା ଏମ୍ସରେ ଜନ୍ମ ହେବା ମାତ୍ରେ ଝିଅଟି କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତେବେ ୫ ଦିନ ମଧ୍ୟରେ ସେ କରୋନାକୁ ହରାଇଛି। ଝିଅର ରିପୋର୍ଟ ନେଗେଟିଭ୍‌ ଥିବାବେଳେ ତାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ ତା’ର ମା’ ଏବେ ମଧ୍ୟ ଏମ୍ସରେ ଚିକିତ୍ସିତ ହେଉଛନ୍ତି।
ସୂଚନାନୁଯାୟୀ , ଝିଅ ପଜିଟିଭ୍‌ ହୋଇନଥିବ ବୋଲି ଆଶା କରି ତାକୁ ସାଧାରଣ ୱାର୍ଡରେ ରଖାଯାଇଥିଲା। କିନ୍ତୁ ଦିନକ ପରେ ତା’ର ରିପୋର୍ଟ ପଜିଟିଭ୍‌ ଆସିଲା। ଏହାପରେ ତାକୁ କୋଭିଡ୍‌ କେୟାର ସେଣ୍ଟରରେ ସ୍ୱତନ୍ତ୍ର ଯତ୍ନରେ ରଖାଗଲା। ମାତ୍ର ୫ ଦିନ ମଧ୍ୟରେ ସେ କରୋନାକୁ ହରାଇବାରେ ସଫଳ ହେଲା। ରବିବାର ତାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।