ଟ୍ରେନ ଧକ୍କାରେ ୫ ମୃତ

0

ସାହାଜାହଁନପୁର: ଗୁରୁବାର ସକାଳୁ ଉତ୍ତର ପ୍ରଦେଶର ସାହାଜାହଁନପୁର ଜିଲ୍ଲାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ସାହାଜାହଁନପୁରର ଏକ ଲେବଲ କ୍ରସିଂ ପାର କରୁଥିବା ଏକ ଟ୍ରକ ଓ ବାଇକକୁ ଘୋସାଡି ନେଲା ଟ୍ରେନ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।
ଲକ୍ଷେ୍ନø ଚଣ୍ଡିଗଡ ଏକ୍ସପ୍ରେସ ଟ୍ରେନ ଜିଲ୍ଲାର ବିଲପୁର-ମିରାନପୁର କତ୍ରା କ୍ଷେତ୍ରରେ ଯାଉଥିବା ବେଳେ ଲେବଲ କ୍ରସିଂ ପାର କରୁଥିବା ଏକ ଟ୍ରକ ଓ ବାଇକ ସହ ଧକା ହୋଇଥିଲା । ଟ୍ରକ ଓ ବାଇକକୁ ଘୋସାଡି ନେଇଥିଲା ଟ୍ରେନ । ଏଥିରେ ୫ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୪ ଜଣ ଟ୍ରକରେ ଯାତ୍ରା କରୁଥିବା ବେଳେ ବାଇକ ଆରୋହୀ ଜଣେ ରହିଛନ୍ତି ।
ଏହି ଘଟଣାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।