୫ ବିଚାରପତିଙ୍କୁ ଶପଥ ପାଠ କରାଯାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ

0

ନୂଆଦିଲ୍ଲୀ : ୫ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ନବ ନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଯାଇଛନ୍ତି । ମୋଟ ବିଚାରପତିଙ୍କ ସଂଖ୍ୟା ଏହାପରେ ସୁପ୍ରିମକୋର୍ଟରେ ୩୨କୁ ବୃଦ୍ଧି ପାଇଛି । ଶପଥ ଗ୍ରହଣ କରିଥିବା ନୂଆ ବିଚାରପତିମାନେ ହେଲେ ଜଷ୍ଟିସ୍ ପଙ୍କଜ ମିଥଲ୍, ଜଷ୍ଟିସ୍ ସଞ୍ଜୟ କରୋଲ୍, ଜଷ୍ଟିସ୍ ପି.ଭି. ସଞ୍ଜୟ କୁମାର, ଜଷ୍ଟିସ୍ ଅସାନୁଦ୍ଦୀନ ଅମନୁଲ୍ଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ।ଖବର ଅନୂଯାୟୀ, ଦୁଇ ଦିନ ପୂର୍ବେ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏନେଇ ଶନିବାର ବିଜ୍ଞପ୍ତି ଜାରି କରିଥିଲା । ଏହାପୂର୍ବରୁ ସୁପ୍ରିମକୋର୍ଟର କଲିଜିୟମ ଏହି ବିଚାରପତିଙ୍କ ନାମ ସୁପାରିସ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲା ।