ଦେଶର ସବୁଠୁ ୧୦ ଟି ଟପ ସ୍କୁଲ ମଧ୍ୟରୁ କେବଳ ଦିଲ୍ଲୀରେ ରହିଛି ୫ ଟି ସ୍କୁଲ

0

ନୂଆଦିଲ୍ଲୀ : କେଜ୍ରିୱାଲଙ୍କ ଶୁଭେଚ୍ଛା ଟ୍ୱିଟ । ଦେଶର ସବୁଠୁ ଭଲ ୧୦ ଟି ସ୍କୁଲ ମଧ୍ୟରୁ କେବଳ ଦିଲ୍ଲୀରେ ରହିଛି ୫ ଟି ସ୍କୁଲ। ମାଗଣା ବିଜୁଳି ହେଉ କି ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ଏହାରି ଭିତରେ ଦିଲ୍ଲୀର ୨ ଟି ସରକାରୀ ସ୍କୁଲ ଦେଶରେ ରାଜ୍ୟ ସରକାର ମାନେ ଚଳାଉଥିବା ସ୍କୁଲମାନଙ୍କ ମଧ୍ୟରେ ଟପ୍ ରାଙ୍କରେ ରହିଛି ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଶିକ୍ଷା ବିଭାଗକୁ ଧନ୍ୟବାଦ ଦେଇଛନ୍ତି । କେଜ୍ରିୱାଲ ଏକ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତି କି ‘ମୁଁ ମୋର ଶିକ୍ଷା ବିଭାଗକୁ ନେଇ ଗର୍ବିତ, ଦିଲ୍ଲୀର ସରକାରୀ ସ୍କୁଲ ଭାରତରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସରକାରଙ୍କ ସର୍ବଶ୍ରେଷ୍ଠ ସ୍କୁଲ ତାଲିକାରେ ଏଜୁକେଶନ ୱାର୍ଲ୍ଡ ସ୍କୁଲ ରାକିଙ୍ଗ ତାଲିକାରେ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଛି ’ ଏଜୁକେଶନ ୱାର୍ଲ୍ଡ ତରଫରୁ ଜାରି କରାଯାଇଥିବା ରାକିଙ୍ଗ ତାଲିକାରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଦ୍ୱାରକାରେ ଥିବା ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିବା ବେଳେ ଯମୁନା ନଗର ସ୍ଥିତ ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଛି ।

ଏଜୁକେଶନ ୱାର୍ଲ୍ଡ ଶିକ୍ଷକ ଓ ଅବିଭାବକ ପାଇଁ ଏକ ପୋର୍ଟାଲ, ଯିଏ କି ପ୍ରତିବର୍ଷ ଦେଶର ସ୍କୁଲମାନଙ୍କର ରାକିଙ୍ଗ୍ ଜାରି କରିଥାଏ । କେଜ୍ରିୱାଲ କହିଛନ୍ତି କି ଏଜୁକେଶନ ୱାର୍ଲ୍ଡ ଦ୍ୱାରା ଜାରି କରାଯାଇଥିବା ଦେଶର ସର୍ବଶ୍ରେଷ୍ଠ ୧୦ ଟି ସରକାରୀ ସ୍କୁଲ ମଧ୍ୟରୁ କେବଳ ଦିଲ୍ଲୀରେ ରହିଛି ୫ ଟି ସ୍କୁଲ । ଏହାଛଡା ଏହିକ୍ରମରେ ଗଞ୍ଜାମର ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟ ସାମିଲ ହୋଇଛି |