କରୋନା ପାଇଁ ୫ଟି ସ୍ୱତନ୍ତ୍ର ଟ୍ରେନ ବାତିଲ ନିଷ୍ପତ୍ତି

0

ଭୁବନେଶ୍ୱର: ପୂର୍ବତଟ ରେଳ ପରିସୀମାରୁ ବିଭିନ୍ନ ସ୍ଥାନକୁ ଯାଉଥିବା ୫ ଯୋଡ଼ା ଟ୍ରେନ୍ ବାତିଲ ନିଷ୍ପତ୍ତି ହୋଇଛି । । କରୋନା ସଂକ୍ରମଣ ଲାଗି ଯାତ୍ରୀ ନହେବାରୁ ଏହି ଟ୍ରେନ୍ ଗୁଡ଼ିକ ବାତିଲ କରାଯିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନାଅନୁଯାୟୀ, ପୁରୀ-ଗୁଣପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌, ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଓ ପୁରୀ-ଦୁର୍ଗ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳିତ ୫ ତାରିଖ ଠାରୁ ବାତିଲ ରହିବ । ସେହିପରି ଇନ୍ଦୋର-ପୁରୀ-ଇନ୍ଦୋର ସ୍ୱତନ୍ତ୍ର ଚଳିତ ୬ ତାରିଖ ଠାରୁ ବାତିଲ ନେଇ ନିଷ୍ପତ୍ତି ହୋଇଛି । ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଉଗ୍ର ରୂପ ନେଉଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ରାଜ୍ୟସାରା ମେ’ ୫ ରୁ ୧୯ ପର୍ୟ୍ୟନ୍ତ ଲକଡାଉନ ରହିବ । ଶନିବାର ଓ ରବିବାର ସଟଡାଉନ ଜାରି ରହିବ । ଲକ୍‌ଡାଉନ ଆରମ୍ଭ ହୋଇଯିବା ପରେ ରାଜ୍ୟରେ ସାଧାରଣ ପରିବହନ ଉପରେ କଟକଣା ଲାଗୁ ହୋଇଯିବ ।