୫ ବର୍ଷର ନାବାଳିକାକୁ ଦୁଷ୍କର୍ମ

0

ପୁରୀ: ପୁରୀରେ ଲଜ୍ଜ୍ୟା । ପୁରୀ ଟାଉନ ଥାନା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଏକ ନୃଶଂସ । ଦୁର୍ବୃତ ଶିଶୁକୁ ଛାତ ଉପରେ ଏକୁଟିଆ ଦେଖି ଦୁଷ୍କର୍ମ କରିଥିଲା । ଗୁରୁତର ଅବସ୍ଥାରେ ପୀଡିତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ପୀଡିତାର ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ଗତକାଲି ଶିଶୁଟି ଏକା ଛାତରେ ଖେଳୁଥିବାବେଳେ ଅଭିଯୁକ୍ତ ତାକୁ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ବେଳେ ଶିଶୁଟିର ଚିକ୍ରାର ଶୁଣି ତାର ମା ଛାତକୁ ଯାଇ ଦେଖନ୍ତି, ଝିଅଟି ମୁର୍ମୂଷ ଅବସ୍ଥାରେ ପଡିଛି ଓ ଅଭିଯୁକ୍ତ ସ୍ଥାନୀୟ ଅଂଚଳର ମହେଶ ମହାନ୍ତି ସେଠାରୁ ପଳାଇଯାଉଛି । ଏହା ପରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ଡ଼କ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାର ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି କରିଛନ୍ତି । ଏସିପିଙ୍କ ସୂଚନା ମୁତାବକ ଅଭିଯୁକ୍ତଙ୍କୁ ଗିରଫ ପାଇଁ ୪ ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଅଭିଯୁକ୍ତର ଘର ଜଗତସିଂହପୁର ହୋଇଥିବାରୁ ସେଠାକୁ ଏକ ଟିମ ପଠାଯାଇଛି । ସେହିପରି ସେ କାମ କରୁଥିବା ସ୍ଥାନକୁ ଏକ ଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ସବୁ ଆଡ଼େ ଖୋଜା ଖୋଜି କରୁଛି ପୋଲିସର ସ୍ୱତନ୍ତ୍ର ଟିମ । ଅଭିଯୁକ୍ତ ଜିଲ୍ଲା ବାହାରକୁ ପଳେଇଯାଇଥିବା ଅନୁମାନ କରାଯାଉଛି ।