ରେଳ ଯାତ୍ରୀ ମାସ୍କ ନପିନ୍ଧିଲେ ୫୦୦ଟଙ୍କା ଦେବେ ଜରିମାନା

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସହରରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଫେରିଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ କିଛି ଅମାନିଆ ଏହାର ଉଲଘଂନ କରୁଛନ୍ତି । କରୋନାର ଦ୍ୱିତୀୟ ଲହରରେ ଟ୍ରେନ୍ ଚଳାଚଳ ଜାରି ରହିଛି । ଏହି ଟ୍ରେନରେ ଯାତ୍ରୀମାନେ ଯାଉଥିବାବେଳେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି । ଯେଉଁ ଯାତ୍ରୀ ମାସ୍କ ନପିନ୍ଧିଥିବେ ସେମାନଙ୍କ ପାଇଁ କଠୋର ପଦକ୍ଷେପ ନେଇଛନ୍ତି ରେଳ ବିଭାଗ । ଏବେ ଟ୍ରେନ ଯାତ୍ରୀ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଫାଇନ ଦେବେ । ଟ୍ରେନ୍ କିମ୍ବା ରେଳ ପରିସରରେ ମାସ୍କ ନିପିନ୍ଧିଥିବା ଯାତ୍ରୀଙ୍କଠାରୁ ଏହି ଫାଇନ୍ ଆଦାୟ ହେବ । ପ୍ରକାଶଥାଉ କି, ଗତ ୪ ଦିନ ହେବ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଡୁଛି । ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି ।