୫୭ ପେଟି ଚିଙ୍ଗୁଡି ଜବତ, ୩ ଗିରଫ

0

ଭୁବନେଶ୍ୱର: ଚିଙ୍ଗୁଡି ପେଟି ଗାଏବ କରିବା ଅଭିଯୋଗରେ ନୟାପଲ୍ଲୀ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ୫୭ ପେଟି ଚିଙ୍ଗୁଡି ଜବତ କରିଛି। ସୂଚନା ଅନୁସାରେ ଗତ ୫ ତାରିଖରେ ଏପି ୩୯ ଟିୱାଇ ୦୧୪୦ ନମ୍ବର ବିଶିଷ୍ଟ ଟ୍ରକରେ ୫୨୪ ପେଟି ଚିଙ୍ଗୁଡି ଖୋର୍ଦ୍ଧା ସ୍ଥିତ ଟାଙ୍ଗୀରୁ ପଟିଆକୁ ଆସୁଥିଲା। ସେଠାରେ ପହଞ୍ଚିବା ପରେ ଉକ୍ତ ଟ୍ରକରେ ୬୦ ପେଟି ଚିଙ୍ଗୁଡି କମ ଥିବା ଅଭିଯୋଗକାରୀ ଦେଖିବାକୁ ପାଇଥିଲେ। ଏନେଇ ସେ ଉକ୍ତ ସଂସ୍ଥାର ସୁପରଭାଇଜରଙ୍କ ନାମରେ ନୟାପଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନୟାପଲ୍ଲୀ ପୁଲିସ ତଦନ୍ତ କରିବା ସହିତ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ତେବେ ପୁଲିସର ପଚରାଉଚୁରା ସମୟରେ ଅଭିଯୁକ୍ତମାନେ ପୁଲିସ ନିକଟରେ ନିଜର ଦୋଷ ସ୍ୱୀକାର କରିଥିଲେ। ପୁଲିସ ସେମାନଙ୍କ ନିକଟରୁ ୫୭ ପେଟି ଚିଙ୍ଗୁଡି ଜବତ କରିଥିବା ଜଣାପଡିଛି।