ଘରେ ପଶି ଲୁଟ ଅଭିଯୋଗରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

0

ଭୁବନେଶ୍ୱର: ଗତ ଗୁରୁବାର ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକାରୀ ଶ୍ରୀ ଅଜିତ ମଲ୍ଲିକଙ୍କ ଅଭିଯୋଗକ୍ରମେ ଖଣ୍ଡଗିରି ଥାନାରେ ଘରେ ପଶି ଲୁଟିଥିବା ଅଭିଯୋଗ କରିଥିଲେ | ଖଣ୍ଡଗିରି ଥାନା ପୁଲିସ ଏହି ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଘଟଣା ଦିନ ରାତିରେ ଅଭିଯୋଗକାରୀ ଜଣକ ଘରେ ଶୋଇଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ତାଙ୍କ ଘରେ ପଶି ଗୋଟିଏ Redmi 9A ମୋବାଇଲ ଫୋନ, ଗୋଟିଏ Lenovo Tab ଏବଂ ୨,୦୦୦ ଟଙ୍କା ଚୋରୀକରି ନେଇଯାଇଥିଲେ। ଅଭିଯୋଗକାରୀ ଜଣକ ଏହି ଚୋରୀ ଘଟଣା ସମ୍ପର୍କରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ଖଣ୍ଡଗିରି ଥାନା ପୁଲିସ ତଦନ୍ତ କରୁଥିବା ସମୟରେ ଏହି ଚୋରୀ ଘଟଣାରେ ନିମ୍ନୋକ୍ତ ୪ଜଣ ଅଭିଯୁକ୍ତ ସାମିଲ ଥିବା ଜାଣିପାରିଥିଲେ । ପରେ ଏକ ବିଶ୍ଵସ୍ତ ସୂତ୍ର ଆଧାରରେ ଖଣ୍ଡଗିରି ଥାନା ପୁଲିସ ଟିମ୍ ଚଢଉ କରି ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଚୋରା ମୋବାଇଲ ଫୋନ ଗ୍ରାହୀତାଙ୍କୁ ମଧ୍ୟ ଗିରଫ କରିଥିଲେ ।

ଛାନବିନ ସମୟରେ ପୁଲିସ ସେମାନଙ୍କ ନିକଟରୁ ଅଭିଯୋଗକାରୀଙ୍କ ଚୋରୀଯାଇଥିବା Lenovo Tab ସହିତ ମୋଟ ୧୪ଗୋଟି ଦାମୀ ମୋବାଇଲ ଫୋନ ଜବତ କରିଥିଲେ । ପଚରା ଉଚରା ସମୟରେ, ଅଭିଯୁକ୍ତମାନେ ମିଳିତ ଭାବେ ଏହି ଚୋରୀ କରିଥିବା କଥା ସ୍ଵୀକାର କରିଥିବା ବେଳେ ମୋବାଇଲ ଗ୍ରହୀତା ମଧ୍ୟ ନିଜ ଜ୍ଞାତସାରରେ ଏହି ସବୁ ଚୋରା ମୋବାଇଲ ଗୁଡିକୁ କିଣୁଥିବା କଥା ସ୍ଵୀକାର କରିଥିଲେ । ତଦନ୍ତ ଶେଷରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରଯାଇଛି ।