ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା | ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ଏବଂ ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଏଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୨’ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକଥା ସେ କହିଛନ୍ତି।
ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱରେ କୋଣ ଅନୁକୋଣରେ କାମ କରୁଥିବା ଓଡ଼ିଆମାନେ ନିଜ କାର୍ଯ୍ୟରେ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି । ଆଲୁମିନିୟମ ଓ ଷ୍ଟିଲ କ୍ୟାପିଟାଲ ହୋଇପାରିବ ଓଡ଼ିଶା ଶକ୍ତି ଉତ୍ପାଦନରେ ଓଡ଼ିଶା ଯଥେଷ୍ଟ ଆଗରେ। ଦକ୍ଷ ମାନବ ସମ୍ବଳ ଓଡ଼ିଶାକୁ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଏକ ନମ୍ବର କରିପାରିବ।