ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ବଂଶ ବୃଦ୍ଧି ପାଇଛି। ଶୀତ ଋତୁରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକ ମାନଙ୍କ ଭିଡ ଜମୁଥିବ ବେଳେ ନନ୍ଦନକାନନ ପାଇଁ ସିଂହୀ ବିଜଲୀ ଖୁସିର ବାତାବରଣ ସୃଷ୍ଟିକରିଛି । ମଙ୍ଗଳବାର ଏସୀୟ ସିଂହୀ ବିଜଲି ତା’ର ତୃତୀୟ ଗର୍ଭରୁ 5ଟି ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି। ତେବେ ପ୍ରଥମ ଶାବକଟି ମଙ୍ଗଳବାର ଅପରାହ୍ଣ 2 ଟା 30 ମିନିଟ ରେ ଦିତୀୟ ଶାବକଟି 4ଟା 16ମିନିଟ, ତୃତୀୟ ଶାବକ ସନ୍ଧ୍ୟା 5ଟା 35 ମିନିଟ ଚତୁର୍ଥ ଶାବକଟି ରାତି 7ଟା 21 ମିନିଟରେ ଓ ପଞ୍ଚମ ସାବକଟି 10 ଟା ରାତିରେ ଶାବକଙ୍କୁ ଜନ୍ମ ହୋଇଛି ବିଜିଲ।
ବିଜଲିର ସମସ୍ତ ନବଜାତ ଛୁଆ ସୁସ୍ଥ ଥିବା ବେଳେ ମା’ ର ମଧ୍ୟ ସ୍ୱାସ୍ଥ୍ୟ ଠିକ୍ ରହିଥିବାର ସୂଚନା ମିଳିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନବ ଜାତକଙ୍କ ଲିଙ୍ଗଚିହ୍ନଟ ହୋଇନାହିଁ। ସୂଚନା ଅନୁଯାୟୀ, 2021ମସିହା ଅଗଷ୍ଟ 21 ତାରିଖ ରେ ବିଯିଲ ପ୍ରଥମ ଥର ପାଇଁ ମା ହୋଇଥିଲା।