ଭୁବନେଶ୍ୱର (ହର ପ୍ରସାଦ ବିଷୋୟୀ ):ସ୍ମାର୍ଟସ୍କୁଲ ହେବ ଗଞ୍ଜାମ ଜିଲ୍ଲାର ସବୁ ହାଇସ୍କୁଲ। ଆଗାମୀ ୫ ବର୍ଷରେ ସବୁ ହାଇସ୍କୁଲ ରୂପାନ୍ତରଣ କରାଯିବ। ଆଗାମୀ ୫ ବର୍ଷରେ 5T ଉପକ୍ରମରେ ରୂପାନ୍ତରିତ ହେବ ଗଞ୍ଜାମ ଜିଲ୍ଲାର ସମସ୍ତ ହାଇସ୍କୁଲ । ବଦଳିବ ସବୁ ହାଇସ୍କୁଲର ରୂପରେଖ । ସ୍ମାର୍ଟ ସ୍କୁଲରେ ସୁନେଲି ଭବିଷ୍ୟତ ଗଢ଼ିବେ ଛାତ୍ରଛାତ୍ରୀ ।୫-ଟି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୧୦୭ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ କରାଯିବ । ଏଥି ସକାଶେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ରୂପାନ୍ତରୀତ ହେବାକୁ ଥିବା ବିଦ୍ୟାଳୟ ସମ୍ପର୍କରେ ଓସ୍ବାନ୍ ଭିସି. ମାଧ୍ୟମରେ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସଶକ୍ତ ଓଡିଶାରେ ପରିବର୍ତ୍ତନ କରିବା ନେଇ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ରହିଥିବା ପାର୍ଥକ୍ୟ କୁ ପରିବର୍ତ୍ତନ କରି ସମସ୍ତ ଗ୍ରାମାଞ୍ଚଳରେ ସହରାଞ୍ଚଳର ଭିତ୍ତିଭୂମି ଗଢିତୋଳିବାର ପ୍ରୟାସ ଜାରି ରହିଛି । ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକୁ ରୂପାନ୍ତର କରି ଶିକ୍ଷା ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।
ଏହି ରୂପାନ୍ତରୀକରଣ କେବଳ ଜଣେ ବ୍ୟକ୍ତିଗତ ଭାବେ ଚାହିଁଲେ ହେବ ନାହିଁ, ସାମୁହିକ ଉଦ୍ୟମ ଦ୍ଵାରା ହିଁ ସମସ୍ତ କାର୍ଯ୍ୟ ଗୁଡିକ ସମ୍ଭବ ହୋଇପାରିବ । ଏଣୁ କରି ସମସ୍ତଙ୍କ ସହ ଭାଗିତା ଏକାନ୍ତ ଜରୁରୀ । ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ଯେଉଁ ସବୁ ବିଦ୍ୟାଳୟ ଗୁଡିକ ରୂପାନ୍ତରିକରଣ ହୋଇଛି, ସେଗୁଡିକର ରକ୍ଷଣା ବେକ୍ଷଣ ଓ ପରିଚାଳନା ସଠିକ କରିବା ନେଇ ସମସ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଏତତ୍ ବ୍ଯତୀତ ସମସ୍ତ ବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରି ଜମି ଅଧିକାର ପ୍ରଦାନ କରନ୍ତୁ ।
ସମସ୍ତ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ, ଇଣ୍ଟର୍ନେଟ ସଂଯୋଗ, ସୁନ୍ଦର ଖେଳ ପଡିଆ,ଉତ୍ତମ ଶ୍ରେଣୀ କକ୍ଷ, ପାଠାଗାର, ବିଦ୍ୟାଳୟର ସୌନ୍ଦର୍ଯୀକରଣ ସହିତ ସମସ୍ତ ବିଦ୍ୟାଳୟକୁ ରାସ୍ତା ଯେପରି ସଂଯୋଗ ହେବ ସେଥି ସକାଶେ ଗୁରୁତ୍ଵ ଦେବାକୁ ଜଣାଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ୍-ଟି ସଚିବ ଶ୍ରୀ ପାଣ୍ଡିଆନ ଏ ଯାବତ୍ ୪୮୯୦ ସ୍କୁଲ ସହିତ ସିଧା ସଳଖ କଥା ହେଉଥିବା ପ୍ରକାଶ କରିଥିଲେ ।ଗଞ୍ଜାମ ଜିଲ୍ଲାରେ ଫାଇଭ୍-ଟି ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣରେ ପ୍ରଥମ ପର୍ଯ୍ୟାୟରେ ୧୩୩ ଗୋଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨୩୩ ଗୋଟି ରୂପାନ୍ତରିତ ହୋଇଛି । ଏହି ରୂପାନ୍ତରିକରଣ ଫଳରେ ଛାତ୍ର ଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି ।
ପୂର୍ବରୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ଆଉ ବିଦ୍ୟାଳୟ ଛାଡି ଯାଉ ନାହାନ୍ତି । ପାଠ ପଢାର ମାନ ବୃଦ୍ଧି ଘଟୁଛି । ଏଣୁ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ୧୦୭ ଗୋଟି ବିଦ୍ୟାଳୟ ରୂପାନ୍ତରୀକରଣ ହେବ । ଏଥି ନିମନ୍ତେ ସାମୁହିକ ପ୍ରୟାସ ହେବା ଆବଶ୍ୟକ । ରୂପାନ୍ତରୀକରଣ ହେବାକୁ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସରପଞ୍ଚ ରୂପାନ୍ତର ହୋଇଥିବା ବିଦ୍ୟାଳୟକୁ ପରିଭ୍ରମଣ କରି ଖୁସି ପ୍ରକଟ କରୁଛନ୍ତି ।
ସେମାନେ ମଧ୍ୟ ତାଙ୍କ ନିଜର ବିଦ୍ୟାଳୟ ରୂପାନ୍ତର ହେଉ ତାହା ଚାହୁଁଛନ୍ତି । ବେସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ରୂପାନ୍ତର ହୋଇଥିବା ବିଦ୍ୟାଳୟର ଭିତ୍ତି ଭୂମି ଓ ସମସ୍ତ ସୁବିଧା ପ୍ରତି ଆକୃଷ୍ଟ ହୋଇ ସରକାରୀ ବିଦ୍ୟାଳୟରେ ପଢିବାକୁ ଆଗଭର ହେଉଛନ୍ତି ଓ ନିଜ ନାମ ସରକାରୀ ବିଦ୍ୟାଳୟରେ ଲେଖୁଛନ୍ତି ।ଫାଇଭ୍-ଟି ସଚିବ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ବ୍ରହ୍ମପୁର ମହାନଗର ନିଗମ ସହିତ ଯୋଡି ହୋଇ ସ୍ଥାନୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ଲୋକ ପ୍ରତିନିଧି, ସରପଞ୍ଚ, ସମସ୍ତ ବିଦ୍ୟାଳୟର ଆଲୁମିନା, ବିଦ୍ୟାଳୟରେ ଉନ୍ନୟନ କମିଟିର ସଦସ୍ୟ, ସଦସ୍ୟା ଓ ଛାତ୍ରଛାତ୍ରୀ ମାନଙ୍କ ସହିତ କଥା ହୋଇଥିଲେ ।
ବିଦ୍ୟାଳୟର ରୂପାନ୍ତର ସକାଶେ ସେମାନେ ଖୁସି ପ୍ରକଟ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ଯୋଗୁଁ କୃତଜ୍ଞତା ଜଣାଇବା ସହିତ ୫-ଟି ସଚିବଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କ ସହିତ ସଚିବ ଶ୍ରୀ ପାଣ୍ଡିଆନ୍ କଥା ହୋଇ ସେମାନେ ବିଦ୍ୟାଳୟର ରୂପାନ୍ତର କିଭଳି ଚାହୁଁଛନ୍ତି ତାହା ପଚାରି ବୁଝିବା ସହିତ ଛାତ୍ରଛାତ୍ରୀଗଣ ଭବିଷ୍ୟତରେ କଣ କରିବେ ତାହା ପଚାରି ବୁଝିଥିଲେ । ରୂପାନ୍ତରୀକରଣ ହେବା ଫଳରେ ଛାତ୍ରଛାତ୍ରୀ ମାନଙ୍କ ଯାହା ସ୍ବପ୍ନ ରହିଛି ତାହା ପୂରଣ ହେବ ବୋଲି ସଚିବ ଶ୍ରୀ ପାଣ୍ଡିଆନ୍ ମତ ରଖିଥିଲେ ।