ଭୁବନେଶ୍ୱର:ରାଜ୍ୟ ପାଠାଗାର ପରିଦର୍ଶନ କଲେ ୫ଟି ସଚିବ ଭିବେ ପାଣ୍ଡିଆନ । ପାଠାଗାର ବୁଲି ଦେଖିବା ବେଳେ ପିଲାଙ୍କ ଠାରୁ ଲାବ୍ରେରୀର ଫିଡବ୍ୟାକ ନେଇଥିବା ସହ ତକ୍ରାଳ ସମାଧ।।ନ କରିଛନ୍ତି । ଖୁବଶୀଘ୍ର ରାଜ୍ୟ ପାଠାଗାରର ରୂପାନ୍ତରଣ କରାଯିବ ବୋଲି କହିଛନ୍ତି ୫ଟି ସଚିବ । ପିଲାଙ୍କ ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା କରାଯିବା ସହ ଓ୍ବାଇଫାଇ ସୁବିଧା ମଧ୍ୟ ଦିଆଯିବ । ଏଣିକି ଶନିବାର ଓ ରବିବାର ଖୋଲା ରହିବ ଲାଇବ୍ରେରୀ ।
ସୋମବାର ପାଠାଗାର ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ ମହଲାକୁ ଯାଇ ବହିର ଡିଜିଟାଲାଇଜେସନ କାମ ଦେଖିବା ସହ କନଫରେନ୍ସ ହଲରେ ଅଧିକାରୀମାନଙ୍କ ସହ ୫ଟି ସଚିବ ଆଲୋଚନା କରିଥିଲେ । ଲାଇବ୍ରେରୀରେ ଥିବା ବହିର ଡିଜିଟାଲାଇଜେସନ ଆସନ୍ତା ଅଗଷ୍ଟ ସୁଦ୍ଧା ଶେଷ ହେବ ।