ବିଭିନ୍ନ ଟ୍ରାଫିକ୍ ଅଞ୍ଚଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍

0

ଭୁବନେଶ୍ୱର:ଭୁବନେଶ୍ୱରରେ ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ଏନେଇ ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଟ୍ରାଫିକ ସମସ୍ୟା | ଅତ୍ୟଧିକ ଗାଡି ମୋଟର ହେବ କାରଣରୁ ଏହି ସମସ୍ୟା ଉପୁଜୁଥିବା ନଜର ଆସିଛି | ତେବେ ଏନେଇ କୁହାଯାଉଛି ରାଜଧାନୀରେ ଦୂରହେବ ଟ୍ରାଫିକ ସମସ୍ୟାଏନେଇ ବିଭିନ୍ନ ଟ୍ରାଫିକ ଅଂଚଳକୁ ଯଥା ଶିଶୁଭବନ ଛକ, ରବି ଟକିଜ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ଼ ଛକ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ୍ |

ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ନେଇ ଆଲୋଚନା କରିଛନ୍ତି ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।କେବଳ 5T ସଚିବ ଭି.କେ ପାଣ୍ଡିଆନ୍ ଏକ ନୁହନ୍ତି ତାଙ୍କସହ   ପୋଲିସ କମିଶନର, ପୂର୍ତ୍ତ ସଚିବ ବିଏମସି କମିଶନର ପ୍ରମୁଖ ସାମିଲ ହୋଇଥିଲେ