ଅସହାୟଙ୍କ ପାଇଁ ସଙ୍କଟମୋଚକ 5T ସଚିବ ଭି କେ ପାଣ୍ଡିଆନ୍‌

0

ଭୁବନେଶ୍ୱର : ଅସହାୟଙ୍କ ପାଇଁ ସଙ୍କଟମୋଚକ 5T ସଚିବ ଭି କେ ପାଣ୍ଡିଆନ୍‌ । ପୁଣି ଚର୍ଚ୍ଚାରେ 5T ସଚିବ । ଜନ ସେବାରୁ ନିବୃତ୍ତ କରିପାରିଲା ନାହିଁ କାର୍ଯ୍ୟବ୍ୟସ୍ତତା । ମଧ୍ୟରାତ୍ରରେ ବି ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲେ । ଗୋଟିଏ ଟୁଇଟ ପରେ ବାଙ୍ଗଲୋର ରେ ଥାଇ ସହାୟତାର ହାତ ବଢ଼ାଇଲେ ସଚିବ | ଜଟିଳ ଚିକିତ୍ସା କରୁ କରୁ ଜୀବନ ଗଲା ପରେ ମୃତ ଦେହ ଗାଁ କୁ ନେବାରେ ସହାୟତା କରିଛନ୍ତି 5 T ସଚିବ |

ମୃତକ ହେଲେ ମୟୁରଭଞ୍ଜର ବାସନ୍ତୀ ପାତ୍ର | ତାଙ୍କ ମୃତ୍ୟୁ ପରେ ଶବକୁ ଗାଁ କୁ ନେବାକୁ ଅର୍ଥ ନଥିଲା ଟୁଇଟ ଯୋଗେ ସୂଚନା ପାଇ ମାତ୍ର କୋଡିଏ ମିନିଟ ଭିତରେ ସମସ୍ତ ବ୍ୟବସ୍ଥା କରିଥିଲେ 5T ସଚିବ | ରାତି ଦଶଟା ସମୟ ରେ ଯାଜପୁର ର ସମାଜସେବି ପିଣ୍ଟୁ ସାହୁ ଟୁଇଟ କରି 5T ସଚିବ ଭି କେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଏବେ 5 T ସଚିବ ମୁଖ୍ୟମନ୍ତ୍ରୀ ଙ୍କ ସହ ଇନଭେଷ୍ଟ ମିଟ ପାଇଁ ବାଙ୍ଗାଲୋର ରେ ଅଛନ୍ତି |