ସହିପାରିଲାନି ମା’ର ଗାଳି, ଜୀବନ ହାରିଲା ପଞ୍ଚମ ଶ୍ରେଣୀ ଛାତ୍ରୀ

0

ରାଉରକେଲା : କୁହାଯାଏ ମା’ ଗାଳି ଦାଣ୍ଡ ଧୂଳି । ନିଜ ଛୁଆକୁ ଭଲବାଟରେ ନେବାକୁ ମା’ ଟିକିଏ ଗାଳି ଦେଇଥାଏ । ଅଧିକ ସମୟ ମୋବାଇଲ ବ୍ୟବହାର ନକରି ପାଠ ପଢିବାକୁ ସବୁ ମା’ ଆକଟ କରିଥାନ୍ତି । କିନ୍ତୁ ସେହି ସାମାନ୍ୟ ଗାଳି ଯେ ଛୁଆର ଜୀବନ ନେଇ ଯିବ ତାହା କେହି ବିଶ୍ୱାସ ବି କରି ପାରନ୍ତିନି । ମା’ ଗାଳି କୁ ସହି ନପାରି ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ଜୀବନ ହାରି ଦେଇଛି । ଅଧିକ ସମୟ ମୋବାଇଲ ନ ଦେଖି ପାଠ ପଢିବା ପାଇଁ ମା’ ଆକଟ କରିବାରୁ ଜୀବନ ହାରି ଦେଇଛି କୁନି ଝିଅଟି ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଉରକେଲା କଳିଙ୍ଗ ବିହାର ଅଞ୍ଚଳରେ । ସୂଚନାନୁସାରେ, ରାଉରକେଲା ଛେଣ୍ଡ ର ଚିନ୍ମୟ ବିଦ୍ୟାଳୟରେ ପାଠ ପଢୁଥିବା ଏହି ଛାତ୍ରୀ ଜଣକ ଘରେ ପାଠ ନ ପଢି ମୋବାଇଲ ଦେଖୁଥିଲେ । ଏହି ସମୟରେ ତାଙ୍କ ମା’ ତାଙ୍କୁ ମୋବାଇଲ ଦେଖିବାକୁ ବାରଣ କରିବା ସହ ପାଠ ପଢିବାକୁ କହିଥିଲେ । ମା’ ରାଗରେ ଗାଳି ଦେଇଥିବାରୁ ଅଭିମାନ କରି ଖାଇବା ପିଇବା କରୁନଥିଲେ ଛାତ୍ରୀ ଜଣକ । ଏହା ଦେଖି ତାଙ୍କ ବାପା ତାଙ୍କୁ ମାମୁଁ ଘରେ ଛାଡି ଦେଇ ଆସିଥିଲେ । ଭାବିଥିଲେ ମାମୁଁ ଘରେ ବୁଲି ଆସିଲେ ଝିଅର ମନ ପରିବର୍ତ୍ତନ ହୋଇଯିବ । କିନ୍ତୁ ମାମୁଁ ଘରେ ସମସ୍ତେ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ଏହି କୁନି ଝିଅଟି ଫ୍ୟାନରେ ଝୁଲି ଜୀବନ ହାରି ଦେଇଥିଲା ।
ତେବେ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛଦ ପାଇଁ ପଠାଇଛି । ତାଙ୍କ ମୃତ୍ୟୁରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛିା