କେନ୍ଦୁଝର: ଶିଆଳ ଆକ୍ରମଣରେ ୬ ଆହତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଖେଳିଯାଇଛି ଶିଆଳ ଆତଙ୍କ । ଶିଆଳ ଅକ୍ରମଣରେ ୬ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ଅଛନ୍ତି । ସୂଚନା ଅନୁଯାୟୀ, ହାଟଡିହି ବ୍ଲକ ଅନ୍ତର୍ଗତ କରଗୋଳା ଗାଁରେ ଗତକାଲି ଗୋଟିଏ ଶିଆଳ ଏଳୁଟିଆ ପାଇ ଗୋଟିଏ ପିଲାକୁ ଆକ୍ରମଣ କରିବାକୁ ଗୋଡାଇଥିଲା । କିନ୍ତୁ ପିଲାଟି ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ସେଠାରେ ଜଣେ ମହିଳା ଶିଆଳକୁ ଘମଡେବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ଉପରକୁ ଶିଆଳ ଆକ୍ରମଣ କରିଥିଲା । ଏଥିରେ ମହିଳା ଆହତ ହୋଇଛନ୍ତି । ମହିଳାଙ୍କ ପାଟି ଶୁଣି ଲୋକେ ଶିଆଳକୁ ଘଉଡାଇ ଦେଇଥିଲେ । ପରେ ଆଉ ୫ଜଣ ଉକ୍ତ ଶିଆଳର ଶୀକାର ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି, ଶିଆଳଟି ଜଳାତକ ରୋଗରେ ଆକ୍ରାନ୍ତ ହୋଇଛି ଅବା ପାଗଳ ହୋଇ ଯାଇଛି । ତେଣୁ ସେ ଲୋକଙ୍କୁ କାମୁଡୁଛି ।