(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ମିଟର । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୦୪ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୦୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ସଂଖ୍ୟା :-
Covid-19 Report For 11th April
New Positive Cases: 6
Of which 0-18 years: 2
In quarantine: 4
Local contacts: 2(Details of local contacts will be shared by concerned District)
1. Kendrapada: 1
2. Khurda: 2
3. Sambalpur: 3— I & PR Department, Odisha (@IPR_Odisha) April 12, 2022
ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୦୨ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୬୦ ଜଣ ଜଣକୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ରାଜ୍ୟରେ ୩୦୯୪୭୩୪୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୮୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୫୪୮ ଜଣ ସୁସ୍ଥ ହୋଇଛନ୍ତି ।